୧୦୦ କୋଟି କ୍ଲବରେ ସାମିଲ ହେଲା “ହାଉସଫୁଲ୍‌-୪’

ମୁମ୍ବାଇ: ଚଳିତ ବର୍ଷର ଦିୱାଲି ଉପଲକ୍ଷେ ଗତ ୨୫ ତାରିଖରେ ରିଲିଜ୍ ହୋଇଥିବା ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା “ହାଉସଫୁଲ୍‌-୪’ ଅବଶେଷରେ ୧୦୦ କୋଟି କ୍ଲବରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ଏହା ପାଞ୍ଚ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଅପରପକ୍ଷରେ “ହାଉସଫୁଲ୍‌-୪’ ପ୍ରଥମ ଛଅ ଦିନରେ ୧୨୧.୧୮ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି । ସୂଚନା ଯୋଗ୍ୟ, ସାଜିଦ୍ ନାଡିଆଡୱାଲାଙ୍କ ପ୍ରଯାଜିତ “ହାଉସଫୁଲ୍‌-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା ଆୟ କରି ଅନେକଙ୍କୁ ନିରାଶ କରିଥିଲା ।
ଫରହାଦ୍ ସାମିଜି ଏହାର ନିର୍ଦ୍ଦେଶକ । ଏଥିରେ ଅକ୍ଷୟ କୁମାର, ରିତେଶ୍ ଦେଶମୁଖ୍‌,ବବି ଦେଓଲ୍‌, ଶରଦ୍ କେଲକର୍‌,ପୂଜା ହେଗଡେ କ୍ରିତି ଖରବନ୍ଦା, କ୍ରିତି ସାନନ୍‌, ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ଅକ୍ଷୟଙ୍କ ଅଭିନୀତ “କେଶରୀ’ ଏବଂ “ମିଶନ ମଙ୍ଗଲ’ ଆଗରୁ ରିଲିଜ୍ ହୋଇଥିଲା, ଯାହା ବକ୍ସଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଅବଶେଷରେ “ହାଉସଫୁଲ୍‌-୪’ ବି ହିଟ୍ ହୋଇଥିବା ଜଣାଯାଇଛି । ଏହାଫଳରେ ବକ୍ସ ଅଫିସରେ ଅକ୍ଷୟଙ୍କ ଜୟଯାତ୍ରା ଅବ୍ୟାହତ ରହିଛି । ଏଥିଲାଗି ସୁପରଷ୍ଟାର ଅକ୍ଷୟ କୁମାର ନିଜର ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ