୧୦୦ କୋଟି ଟିକାକରଣ ଅବସରରେ ୧୦୦ ତମ ଟିକାଧାରୀଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର, (ଦେବଦତ୍ତ ମହାରଣା) : ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଥିଲା । ଆଜି ସୁଦ୍ଧା ସମଗ୍ର ଭାରତ ବର୍ଷରେ ୧୦୦ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚାଲିଥିବା ଟିକା କେନ୍ଦ୍ରରେ ଆଜିର ଦିନରେ ୧୦୦ ତମ ଟିକା ନେଇଥିବା ଛତ୍ରପୁର ବ୍ୟାରେକ୍ ସାହିର ମିନତି ବେହେରାଙ୍କୁ ଙ୍କୁ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ଡାଟା ମ୍ୟାନେଜର ଗତିକୃଷ୍ଣ ପଣ୍ଡା, ହେଲ୍ପ ଡେସ୍କ ମ୍ୟାନେଜର ଜିତେନ୍ଦ୍ର ପ୍ରସାଦ ମହାପାତ୍ର, ସିକ୍ୟୁରିଟି ସୁପରଭାଇଜର ଡି. ନାରସୁମୁଲୁ ରେଡ୍ଡି, ଦେବହରି ରେଡ୍ଡି, ସୁମିତ୍ରା ପଣ୍ଡା, ପ୍ରିୟଙ୍କା ବେହେରା, ଆର୍. ଜ୍ୟୋତି ରେଡ୍ଡି, ସରିତା ବେହେରା. ସୁଭାଶିଷ ସାହୁ, ସୁରଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


