୧୦୦ କୋଟି ଟୀକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୬ ଜାନୁଆରୀ ୨୦୨୧ ରୁ ଆରମ୍ଭ ହୋଇଥିବା ବିଶ୍ବର ସର୍ବବୃହତ କୋଭିଡ଼ ଟୀକାକରଣ ଅଭିଜାନ ସଫଳତାର ସହିତ ଦିନକୁ ଦିନ ନୂଆ କୀର୍ତ୍ତିମାନ ସ୍ଥାପନ କରି ଆଜି ୧୦୦ କୋଟି ଛୁଇଁ ବାକୁ ଯାଉଛି । କୋଭିଡ଼ ଆତଙ୍କକୁ ଦମନ କରିବାରେ ଟୀକାକରଣ ମୂଖ୍ୟ ଆୟୁଧ ହୋଇଥିବାରୁ ଦେଶବ୍ୟାପୀ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ଆଜି ଜିଲ୍ଲା ବିଜେପି ତରଫରୁ ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ସ୍ମୃତି ଭବନ ଟୀକାକରଣ କେନ୍ଦ୍ର ନିକଟରେ ସମ୍ମୀଳିତ ବିଜେପି ପଦାଧିକାରୀ ଓ କର୍ମୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ଯା ଶୋଭନା ମହାନ୍ତି, ରେମୁଣାର ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମହିଳାମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ବିଶ୍ବାଳ, ପୁର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ ଓ ଜୀବନ ପ୍ରଦୀପ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ବର ଚନ୍ଦ୍ର ବେହେରା, ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଉପସଭାପତି କମଳା ବିନ୍ଧାଣି, ମୀନାକ୍ଷୀ ମହାପାତ୍ର ଓ କମଲଲୋଚନ ଦାସ, ସମ୍ପାଦକ ଆଶିଷ ଘୋଷ, ବିଭୁ ପ୍ରସାଦ ଦାସ, ପିଙ୍କି ପ୍ରଧାନ ଓ ସସ୍ମିତା ଚାନ୍ଦ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନୀଷା ବେହେରା , ଜିଲ୍ଲା ପରିଷଦ ସଦସ୍ୟ ବିପିନ ମାରାଣ୍ଡି, ମଣ୍ଡଳ ସଭାପତି କୃଷ୍ଣା ଶାହା, ସବୀତା ପାଣିଗ୍ରାହୀ, ନଗର ସଭାନେତ୍ରୀ ସସ୍ମିତା ପଣ୍ଡା, ସଞ୍ଜୁକ୍ତା ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ସ୍ବାଧିନ ପଣ୍ଡା, ସୁବୋଧ ପଣ୍ଡା, ମୁନା ମହନ୍ତ, ଜଳଧର ମହାନ୍ତି, ଦେବବ୍ରତ ମିଶ୍ର, ବବି, ଅରୁପ ଜେନା, ରାଜେଶ, ପ୍ରଫୁଲ୍ଲ ଦ୍ବିବେଦୀ, ସରୋଜ, ସୋଭାକର ସାହୁ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜୋଗେନ ରଣା, ମଣ୍ଟୁ ପେରିଓ୍ବାଲ, ସୁରଝଙ୍କାର ସେଠୀ, ପିଣ୍ଟୁ ପୋଦ୍ଦାର, ତରୁଣ ବର୍ଦ୍ଧନ ପ୍ରମୁଖ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର


