୧୦୦ କୋଟି ଡଲାର କମିଲା ଟ୍ରମ୍ପଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: କରୋନା ପ୍ରକୋପ ମଧ୍ୟରେ ଜାରି ରହିଥିବା ଲକଡାଉନ ଯୋଗୁ ବିଶ୍ୱର ଅନେକ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ସଙ୍କୁଚିତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତି ଗତ ମାସକ ମଧ୍ୟରେ ୧୦୦ କୋଟି ଡଲାର ହ୍ରାସ ପାଇଛି । ଫୋବର୍ସ ପକ୍ଷରୁ ଜାରି ୨୦୨୦ ସୂଚୀ ଅନୁସାରେ, ୨୧୦ କୋଟି ଡଲାର ନେଟ ସମ୍ପତ୍ତି ସହ ସମଗ୍ର ବିଶ୍ୱରେ ଧନୀମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଏବେ ୧୦୦୧ ରେ ରହିଛି । ସୂଚନା ଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶାଳ ରିଅଲ ଇଷ୍ଟେଟ କାରବାର ରହିଛି । ଏହା ଆମେରିକାରୁ ଆରମ୍ଭ କରି ଭାରତ ଯାଏ ଲମ୍ବିଛି । ଫୋବର୍ସ ପତ୍ରିକା ଅନୁସାରେ, ଏ ବର୍ଷ ମାର୍ଚ୍ଚ ୧ ରୁ ୧୮ ମଧ୍ୟରେ ତାଙ୍କ କମ୍ପାନୀ ଗୁଡ଼ିକ ବୋଷ୍ଟନ ପ୍ରପର୍ଟିଜ ଏବଂ ବୋର୍ନାଡୋ ରିଅଲିଟି ଟ୍ରଷ୍ଟର ସେୟାର ମୂଲ୍ୟରେ ପାଖାପାଖି ୩୭ ପ୍ରତିଶତ ହ୍ରାସ ଘଟିଛି । କରୋନା ପ୍ରକୋପରେ ଟ୍ରମ୍ପଙ୍କ କାରବାର ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ଜଣାଯାଇଛି । ତାଙ୍କର ହସ୍ପିଟାଲିଟି, ଆପାର୍ଟମେଣ୍ଟ ଏବଂ ଗଲଫ କାରବାରରେ ବି କ୍ଷତି ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ