୧୦୦% ଦିବ୍ୟାଙ୍ଗଙ୍କୁ ମିଳୁନି ଅନ୍ତର୍ଦୋୟ ରେଶନ କାର୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ସରକାରଙ୍କ ନୀତି ନିୟମ କେବଳ କାଗଜ କଲମରେ ସୀମିତ ରହିଛି. ଶତ ପ୍ରତିଶତ ଦିବ୍ୟାଙ୍ଗ ଥିବା ହିତାଧିକାରୀକୁ ଅନ୍ତର୍ଦୋୟ ଯୋଜନାର ରେଶନ କାର୍ଡ ଦିଆଯାଉନାହିଁ. ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଶେରଙ୍ଗ ଗ୍ରାମର ସଚିନ କୁମାର ଗୁରୁ ହେଉଛନ୍ତି ଶତ ପ୍ରତିଶତ ଦିବ୍ୟାଙ୍ଗ. ଏନେଇ ସମସ୍ତ ପ୍ରମାଣ ପତ୍ର ତାଙ୍କ ଠାରେ ରହିଛି. ସେହି ରେଶନ କାର୍ଡ ପାଇବା ପାଇଁ ପ୍ରମାଣ ପତ୍ର ସହ ଆବେଦନ କରିଛନ୍ତି. ହେଲେ ପାଇ ନାହାନ୍ତି ରେସନ କାର୍ଡ. ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି କହିଛନ୍ତି ମୋ ଭଳି ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀକୁ ଏହି ଯୋଜନାରୁ କେଉଁ କାରଣରୁ ବଞ୍ଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରି ତୁରନ୍ତ କାର୍ଡ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଗଜପତି ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ