୧୦୦ ଲିଟର ମହୁଲି ମଦ ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ଠାରୁ ଆଜି ଭୋର ପ୍ରାୟ ୫ଟା ଵେଳେ ପୋଲିସ ଏକ ବୋଲେରୋ ସହିତ ଶହେ ଲିଟର ଦେଶୀ ମଦ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଓଆର ୦୯ଜେ ୮୨୭୧ ଵୋଲେରୋ ଗାଡିରେ ଭଦ୍ରକ ପଟୁ ଧାମନଗରକୁ ଦେଶି ମଦ ଆସୁଥିବା ପୋଲିସ ଖବର ପାଇଥିଲା।ଥାନା ପକ୍ଷରୁ ପେଟ୍ରୋଲିଂ ଗାଡି ଚୋରା ମଦ ପରିବହନ କରୁଥିବା ଵୋଲେରୋ ପିଛା କରିଥିଲା।ଧାମନଗର ଛକ ନିକଟରେ ଚାଳକ ମଦ ଗାଡିଟିକୁ ଛାଡି ଦେଇ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଏହାକୁ ଜବତ କରିଥିବା ଜଣାପଡିଛି। ଓଡିଶା ଅବକାରୀ ଆଇନ ଅନୁଯାୟୀ ଧାମନଗର ଥାନା ପକ୍ଷରୁ ଏନେଇ ୪୮୯/୨୩ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ