୧୦୩ ବର୍ଷରେ ଧର୍ମପ୍ରାଣ ବ୍ୟକ୍ତିଙ୍କ ଦେହାନ୍ତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର‌୍ୟ୍ୟଟନ କ୍ଷେତ୍ର ବୁଦ୍ଧଖୋଲର ପାଦଦେଶରେ ଥିବା କତକଲା ଗ୍ରାମର ବିଶିଷ୍ଟ ଚାଷୀ ତଥା ଧର୍ମପ୍ରାଣ ବ୍ୟକ୍ତି ଇନ୍ଦ୍ର ବିଷୋୟୀଙ୍କ ୧୦୩ ବର୍ଷ ବୟସରେ ଶୁକ୍ରବାର ରାତ୍ର ୧୧.୩୦ ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ବିଷୋୟୀ ଜଣେ ମିଷ୍ଟ ଭାଷୀ ଥିବା ସହ ଗୀତା,ଭାଗବତ,ବିଭିନ୍ନ ପୁରାଣ ଶାସ୍ତ୍ର ଉପରେ ଗଭୀର ଜ୍ଞାନ ଥିଲା। ସେ ଜଣେ ଚାଷୀ ହିସାବରେ ଚାଷୀ ବା ହାଳିଆ ଗୀତ ଓ ବହୁ ଲୋକ ଗୀତ ଆବୃତ୍ତିରେ ଧୁରନ୍ଧର ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ