୧୦୪ ରୁ ଆସିଥିବା କଲ୍ ନ ଉଠାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ସେବା ଲାଗି ୧୦୪ ହେଲପଲାଇନ ନମ୍ବର ବ୍ୟବସ୍ଥା କରିଛନ୍ତି । ତେବେ ଘରେ ସଙ୍ଗରୋଧରେ ରହୁଥିବା କିଛି ଲୋକ ଏହାକୁ ଅଣଦେଖା କରୁଥିବାରୁ ରାଜ୍ୟ ସରକାର ଏବେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୦୪ ସହାୟତା ନମ୍ବରରୁ କଲ ଆସିଲେ ଯଦି କୌଣସି ବ୍ୟକ୍ତି ଏହାକୁ ରିସିଭ ନ କରନ୍ତି ତା ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶ ଫେରନ୍ତା ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ । ୧୦୪ ନମ୍ବର ସହିତ ସେମାନେ ପଞ୍ଜୀକରଣ କରିଥିବା ମୋବାଇଲ ନମ୍ବରକୁ ସବୁବେଳେ ଅନ ରଖନ୍ତୁ । ପଞ୍ଜୀକୃତ ନମ୍ବର ସୁଇଚ ଅଫ ରଖିବା କିମ୍ବା ଜାଣିଶୁଣି ଅପହଞ୍ଚ ଦୂରତା ରଖିବାକୁ ଘରେ ସଙ୍ଗରୋଧ ଉଲ୍ଲଂଘନ କରାଯାଇଛି ବୋଲି ଧରି ନିଆଯିବ । ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଉଲ୍ଲେଖ ଯେ, ବିଦେଶ ଓ ବାହାର ଫେରନ୍ତାଙ୍କ ସହିତ ଶୀଘ୍ର ସମ୍ପର୍କ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ୧୦୪ ହେଲପ ଲାଇନ ନମ୍ବର ଜାରି କରିଛନ୍ତି । ଏଥିରେ ଡାକ୍ତରୀ ସହାୟତାଠାରୁ ଆରମ୍ଭ କରି ସଙ୍ଗରୋଧରେ ଥିବା ଲୋକମାନଙ୍କୁ ମନିଟରିଂ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ