୧୦୫ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ଗୋସାଇଁନୂଆଗାଁ ମଣ୍ଡଳ ଠାରେ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୫ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ,ନରସିଂହ ପ୍ରସାଦ ସତପଥି,ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ପାଢ଼ୀ,ମଣ୍ଡଳ ସମ୍ପାଦକ ଏସ୍.ଶ୍ରୀନିବାସ,ଉପେନ୍ଦ୍ର ସେଠୀ,ଯୁବ ନେତା କ୍ରିଷ୍ଣା ସାହୁ,ଧର୍ମରାଜ ପାଣିଗ୍ରାହୀ ପ୍ରମୁଖ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ସମ୍ବୋଧନ କରିଥିବା ୧୦୫ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମକୁ ଶୁଣିଥିଲେ । ସେହିଭଳି ପୁରୁଣା ବ୍ରହ୍ମପୁର ମଣ୍ଡଳରେ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ତତ୍ତ୍ୱାବଧାନରେ ୧୦୫ ତମ’ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ମଣ୍ଡଳ “ମନ୍ କୀ ବାତ୍” ସଂଯୋଜିକା କେ.ବାସନ୍ତୀ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ