୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରାଯିବା କିମ୍ବା ସ୍ୱତନ୍ତ୍ର ପ୍ୟାକେଜ ୮ ଘଣ୍ଟିଆ ପାରିଶ୍ରମିକ ଅନୁସାରେ ଦରମା ପ୍ରଦାନ କରିବା, ବାର୍ଷିକ ଦରମା ବୃଦ୍ଧି ନିଶ୍ଚିତ କରିବା, କାର୍ଯ୍ୟରତ କର୍ମଚାରୀଙ୍କୁ ଲୋକମାନଙ୍କ ଆକ୍ରମଣର ଶିକାର ହେଲେ ସ୍ୱତନ୍ତ୍ର ଦଣ୍ଡ ବିଧାନ ସହ ଦୋଷୀ ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, କୌଣସି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସଂଘ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ପ୍ରତ୍ୟେକ ୧୦୮ ଆମ୍ବୁଲାନ୍ସ ରହିବା ସ୍ଥାନରେ କର୍ମଚାରୀ ମାନଙ୍କ ରହିବା ଓ ଶୌଚାଳୟର ବ୍ୟବସ୍ଥା କରାଯିବା, କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସମେତ ୬ ଦଫା ଦାବି ନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ବିଗତ ୨୦୧୩ ମସିହା ଠାରୁ ନିସ୍ୱାର୍ଥପର ଭାବେ କାମ କରି ଆସୁଛନ୍ତି । ଏହା ବ୍ୟତୀତ ବନ୍ୟା, ବାତ୍ୟା ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଜୀବନକୁ ପାଣି ଛଡାଇ କାର୍ଯ୍ୟ କରିଆସିଛନ୍ତି ହେଲେ, ସେମାନଙ୍କ ପ୍ରତି ସରକାର ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିବା ବେଳେ ପୁଣି ଆଜି ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ସଭାପତି ପ୍ରଦୀପ କୁମାର ପଣ୍ଡା, ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପଣ୍ଡା, ଉପଦେଷ୍ଠା ସିଦ୍ଧାର୍ଥ ଶେଖର ମହାପାତ୍ର, ସହ କୋଷାଧ୍ୟକ୍ଷ ସୁନୀଲ ବେହେରା, ରମେଶ ରେଡ୍ଡେୀ, ମିଟୁ ସାହୁ, ବବଲୁ ବେହେରା, ରାଧାକ୍ରିଷ୍‌ଣା ପାଣିଗ୍ରାହୀ, ନାରାୟଣ ବାରିକ, ରବିନ୍ଦ୍ର ବେହେରା, ହେମନ୍ତ ଗୌଡ, ରାଜେନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ନାୟକ ଓ ସୁନୀଲ କୁମାର ସାହୁଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ