୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,୨ ମୃତ
ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,୨ ମୃତ ୨ ଗୁରୁତର । ଯାଜପୁର ଜିଲା ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥର ବ୍ରଜନଗର ଠାରେ ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ଗୁରୁତର ଅବସ୍ଥାରେ ଜଣେ ମହିଳା ରୋଗୀଙ୍କୁ କଟକ ଯାଉଥିବା ବେଳେ ବ୍ରଜନଗର ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳା ରୋଗୀଙ୍କ ସହିତ ତାଙ୍କର ଜଣେ ସଂପର୍କୀୟଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ସଂପର୍କୀୟ ଓ ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତକଙ୍କ ସଂପୁର୍ଣ୍ଣ ଏବଂ ସଠିକ୍ ପରିଚୟ ଏ ପର୍ଯ୍ୟନ୍ତ ମିିଳିିପାରି ନାହିଁ । ତେବେ ରୋଗୀଙ୍କ ଘର ଭଦ୍ରକ ଜଗନ୍ନାଥପୁର ଅଂଚଳର ବୋଲି କୁହାଯାଉଛି । ବର୍ତମାନ ୧୬ ନଂ ଜାତୀୟ ରାଜପଥରେ ରାସ୍ତା ଦୋହରିକରଣ କାମ ଚାଲୁଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ।