୧୦ କିଲୋ ଗୋମାଂସ ସହ ଲୁନା ଜବତ ଜଣେ ଅଟକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚଡ଼ିଆପଦା ଗ୍ରାମରେ ଜଣେ ଯୁବକ ଗୋମାଂସ ୧ କିଲୋ ଲେଖାଏଁ ୧୦ଟି ପଲିଥିନ ଜରିରେ ଭର୍ତ୍ତି କରି ବିକ୍ରି କରିବାକୁ ନେଉଥିବା ବେଳେ ବଜରଙ୍ଗି ଦଳ ହାତରେ ଧରା ପଡ଼ିଥିଲେ। ଯୁବକଙ୍କୁ ଅଟକ ରଖି ବଜରଙ୍ଗି ଦଳର କର୍ମୀମାନେ ମୋହନା ଥାନାକୁ ଖବର ଜଣାଇବା ପରେ ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ଲୁନା ଗାଡ଼ି ନଂ (ଓଡ଼ି୦୭ଜେଡ଼ଠ୯୫୨)ସହ ୧୦ କିଲୋ ଗୋମାଂସ ଓ ଯୁବକଙ୍କୁ ଆଣି ଅଟକ ରଖିବା ସହ ଥାନା କେଶ ନଂ୪୩/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ