୧୦ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ
ଆର.ଉଦୟଗିରି, (ଦେବାଶିଷ କାର୍ଜି): ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଉଦୟଗିରି ଏସଡିପିଓ ଦିଲ୍ଲିପ କୁମାର ନାୟକଙ୍କ ତତ୍ତ୍ଵାବଧାନ ଓ ଆର. ଉଦୟଗିରି ଥାନା ଅଧିକାରୀଣି ମମତା ନାୟକଙ୍କ ନେତୃତ୍ଵରେ ଆର.ଉଦୟଗିରି ଥାନା ଅନ୍ତର୍ଗତ ସବରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାଇ ସାହି ଗ୍ରାମ ନିକଟ ଦୁର୍ଗମ ପାହାଡ଼ ଜଙ୍ଗଲ ଜମିରେ 51ଏକରରୁ ଉର୍ଦ୍ଧ ପରିବେଷ୍ଠିତ ସ୍ଥାନରେ ବେଆଇନ ଭାବେ ଚାଷ କରାଯାଇଥିବା 10 କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ କଟର ମେସିନ ସାହାଯ୍ୟରେ କାଟି ପୋଡି ନଷ୍ଟ କରିଥିଲେ । ଏହି ଅଭିଯାନରେ ଆର.ଉଦୟଗିରି ତହସିଲଦାର ସ୍ମୁତି ରଞ୍ଜନ ଶତପଥି ଓ ଅବକାରୀ ବିଭାଗ, ରାଜସ୍ଵ ବିଭାଗ, ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ସାମିଲ ଥିଲେ ।