୧୦ ଚକିଆ ଟ୍ରକ ଧକ୍କାରେ ୩ ଛାତ୍ରୀ ଆହାତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବଡ ବଜାର ଦେଇ ଯାଇଥିବା ରାସ୍ତାରେ ସ୍କୁଟି ନିକଟରେ ୩ ଜଣ ଛାତ୍ରୀ  ଅପେକ୍ଷା କରିରହିଥିବା ବେଳେ ଅଚାନକ ବେପାରୁଆ ଦଶ ଚକିଆ ଟ୍ରକ ମାଡି ୩ ଜଣ ଛାତ୍ରୀ ଆହାତ ହୋଇଛନ୍ତି । ସମସ୍ତ ଆହାତ ମାନଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତିକରାଯାଇଛି । ଅନ୍ୟ ପଟେ ଏହିଭଳି ବେପାରୁଆ ଗାଡି ଚାଳନା ଯୋଗୁଁ ୩ ଛାତ୍ରୀ ଆହାତ ହୋଇଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଜାରୀ ରହିଛି । ଅନ୍ୟ ପଟେ ପୋଲିସ  ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ମାଲିକଙ୍କୁ ସ୍ଥାନୀୟ ଲୋକେ କାବୁ କରି ଗାଡି  ଡ୍ରାଇଭର ମନୋଜ ମଲ୍ଲିକଙ୍କୁ ଥାନାରେ ଜିମା ଦେଇଛନ୍ତି । ଅନ୍ୟ ପଟେ ପୋଲିସ ୧୦ ଚକିଆ ଟ୍ରକ ଗାଡି ନଂ (ଓଡି-୨୧-ଇ-୨୫୧୮) ପୋଲିସ ଜବତ କରିଛି । ଅନ୍ୟ ପଟେ ପ୍ରଶାସନ ତରଫରୁ ଦିନରେ ସହରକୁ ଭାରିଯାନ ପ୍ରବେଶ ନିଷେଧ କରାଯାଇଥିଲେ ମ ଧ୍ୟ କିପରି ୧୦ ଚକିଆ ଟ୍ରକ ଗଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ