୧୦ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ବୁଗୁଡା (ଅନିଲ କୁମାର ମହାରଣା): ବୁଗୁଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାନୁୟାରୀ ୨୬ ତାରିଖ ଦିନ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ କରିଥିବା ବୁଗୁଡା ବ୍ଲକର ୧୦ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅବସର ଗ୍ରହଣ କରିଥିବା ୧୦ ଜଣ ଶିକ୍ଷକ ହେଲେ ବଂଶୀଧର ଦାଶ, ବଂଶୀଧର ରାଉତ, ହରେକୃଷ୍ଣ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଗୌଡ଼, ଶିଶିର କୁମାର ଦାଶ, ଜବାହାରଲାଲ ନାୟକ, ସିଦ୍ଧେଶ୍ୱର ହୋତା, ପ୍ରଭାକର ଗୌଡ଼ ଓ ରବିନ୍ଦ୍ର ନାଥ ନାୟକ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ହରେ କୃଷ୍ଣ ପାତ୍ର, ବିଶିଷ୍ଟ ଅତିଥି ଭାବେ ବୁଗୁଡା ବିଇଓ ନୀଳମାଧବ ଷଡଙ୍ଗୀ, ଏବଂ ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ସମାଜସେବୀ ମଦନ ଗୋପାଳ ଦୋରା,ଓ ରାଜେନ୍ଦ୍ର କୁମାର ପାଢୀ, ଅବସର ପ୍ରାପ୍ତ ଶିକ୍ଷକ ଟ୍ରଷ୍ଟ ସଭାପତି ବିଶ୍ୱମୋହନ ମିଶ୍ର ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ଯୋଗଦେଇଥିଲେ। ସଂଗଠନର ସାଧାରଣ ସମ୍ପାଦକ ନଗେନ୍ଦ୍ର ନାଥ ଷଡଙ୍ଗୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଦ୍ବିତୀକୃଷ୍ଣ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ