୧୦ ଟଙ୍କିଆ ଟାଟା ଗ୍ଲୁକୋଜ ଥଣ୍ଡା ପାନୀୟରେ କଣ୍ଡୋମ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ୧୦ ଟଙ୍କିଆ ଟାଟା ଗ୍ଲୁକୋଜ ଥଣ୍ଡା ପାନୀୟରେ ବାହାରିଲା କଣ୍ଡୋମ. ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମହକୁମାରେ. ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥ‌ିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି। ସାଧାରଣ ଜନତା ତୃଷା ମେଣ୍ଟାଇବା ପାଇଁ ବିଭିନ୍ନ ଥଣ୍ଡା ପାନୀୟ ପିଇବାକୁ ବାଧ୍ୟ ହେଉଛନ୍ତି। ଗଜପତି ଜିଲ୍ଲାର ମୋହନା ବଜାର ଓ ସାହି ଗୁଡ଼ିକରେ ଥ‌ିବା ଦୋକାନରେ ବିଭିନ୍ନ କମ୍ପାନୀର ଥଣ୍ଡା ପାନୀୟ ବିକ୍ରୀ ହେଉଛି. ବିଭିନ୍ନ ସମୟରେ ଥଣ୍ଡା ପାନୀୟ ବୋତଲ ଭିତରୁ କାଠିକୁଟା, ପୋକ ମାଛି ପଡ଼ିଥିବାର ନଜିର ରହିଛି। କିନ୍ତୁ ଜଣାଶୁଣା କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ୧୦ଟଙ୍କିଆ ମୃଦୁ ପାନୀୟ ଟାଟା ଗ୍ଲୁକୋଜ ବୋତଲ ମଧ୍ୟରୁ କଣ୍ଡୋମ ବାହାରିବା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି I ମୋହନା ଖ୍ରୀଷ୍ଟିଆନ ସାହିର ଏକ ଦୋକାନରୁ ଦୁଇ ତିନି ଜଣ ଥଣ୍ଡା ପାନୀୟ ପ୍ୟାକେଟ୍ କିଣି ପିଇବା ସମୟରେ ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି | ସଙ୍ଗେ ସଙ୍ଗେ ଦୋକାନୀ ମୋହନର ଜନୈକ ଡ଼ିଲର୍‌ଙ୍କୁ ଡାକି ସମସ୍ତ ବୋତଲ ଫେରାଇ ଦେଇଥିବା ଜଣା ଯାଇଛି. ନାମୀଦାମୀ ଟାଟା ଗ୍ଲୁକୋଜ ଥଣ୍ଡା ପାନୀୟରେ ଏଭଳି କଣ୍ଡୋମ ବାହାରିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ