୧୦ ଦଫା ଦାବି ନେଇ ବିଧାୟକଙ୍କୁ ଭେଟିଲେ ଓଡ଼ିଶା ଡ୍ରାଇଭର ମହାସଂଘର‌ କର୍ମକର୍ତ୍ତା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଓଡିଶା ଡ୍ରାଇଭର‌ସଂଘ ସେମାନଙ୍କ ୧୦ ଦଫା ନାର୍ଯ୍ୟ ଦାବି ନେଇ ଦିର୍ଘ ଦିନ‌ହେଲା ସଂଗ୍ରାମ ଜାରି ରଖିଛି । ଏଥିନେଇ ସାରା ରାଜ୍ୟରେ ବ୍ଳକ, ଜିଲ୍ଲାରେ ବହୁବାର ସଭା ସମିତି କରିଛନ୍ତି । ତଦସହ ସମ୍ବଲପୁରରୁ ନବୀନ ନିବାସ ପଦଯାତ୍ରା କରିଥିଲେ । ୧୮/୪/୨୨ ତାରିଖ ଦିନ ଭୂବନେଶ୍ୱରରେ ବିଶାଳ‌ରାଲି କରିବା ସହ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନାରେ ୩ ମାସ ମଧ୍ୟରେ ଦାବି ଗୁଡ଼ିକ ପ୍ରତି ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଦୁଇ ମାସରୁ ଉର୍ଦ୍ଧ୍ବ ହେଲାଣି ସରକାର ଆଜିଯାଏଁ କିଛି ପଦକ୍ଷେପ ନେଇ ନ ଥିବାରୁ ଡ଼୍ରାଇଭର କୂଳ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ତେଣୁ ସଂଘ ତରଫରୁ ସମସ୍ତ ନିର୍ବାଚନ ମଣ୍ଡଳୀ ର ବିଧାୟକ/ବିଧାୟିକା ମାନଙ୍କୁ ସେମାନେ ଭେଟି ସେମାନଙ୍କ ଲିଖିତ ଦାବି ପ୍ରଦାନ କରୁଛନ୍ତି । ଆଗାମି ଦିନରେ ସରକାରଙ୍କଠାରେ ସେମାନଙ୍କ ଦାବି ଅବଗତ କରାଇ କିଛି ସମାଧାନର ବାଟ ଫିଟାଇବାକୁ ଅନୁରୋଧ କରିଥିଲେ । ଆଜି ଓଡ଼ିଶା ଡ଼୍ରାଇଭର ସଂଘ, ରାଇରଙ୍ଗପୁର ଶାଖାର କର୍ମକର୍ତ୍ତା ବୃନ୍ଦ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକୁ ହେଲା ଜନସାଧାରଣଙ୍କ ଆକ୍ରୋସରୁ ଡ଼୍ରାଇଭରଙ୍କୁ ସୁରକ୍ଷା, ୧୦୦ କିମି ଦୂରରେ ଗାଡି ପାର୍କିଂ, ବିଶ୍ରାମାଗାର ଓ ଶୌଚାଳୟ, ୫୫ ବର୍ଷ ବୟସରେ ପେନସନ, ଦୁର୍ଘଟଣା ଜନିତ ମୃତ୍ୟୁରେ ୨୦ ଲକ୍ଷ ଟଙ୍କା ବୀମାରାଶି, ଅକର୍ମଣ୍ୟ ଙ୍କୁ ୧୦ ଲକ୍ଷ ଟଙ୍କା ବୀମାରାଶି, ଡ଼୍ରାଇଭର ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା, ଡ଼୍ରାଇଭର ପିଲାଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥା, ଲାଇସେନ୍ସ ପାଇଁ ୧୫ ହଜାର ଟଙ୍କା ହଟାଯାଉ, ସେପ୍ଟେମ୍ବର ୧ କୁ ଡ୍ରାଇଭର ଦିବସ ଘୋଷଣା ଇତ୍ୟାଦି । ବିଧାୟକଙ୍କୁ ଦାବିପତ୍ର ପ୍ରଦାନ ସମୟରେ ପିଣ୍ଟୁ ସର୍ଦ୍ଦାର, କ୍ରିଷ୍ଣା ନାଏକ, ହରିଶ ମଣ୍ଡଳ, ତୁଳସୀ ଗୋପାଲ, ଶଙ୍କର ଗିରି ଦୁର୍ଗା ଚରଣ ସିଂ, ପୁଲିସ ମୁଣ୍ଡା, ଜୀତେନ ହେମ୍ବ୍ରମ, ପରମେଶ୍ୱର ଗିରି, ପୁର୍ଣ ଚନ୍ଦ୍ର ଦେଓ, ସମାୟ ମାଝୀ, ଦିଲିପ କୁମାର ମହାନ୍ତ, ହରି ମାଝୀ ପ୍ରମୁଖ ସାମିଲ ଥିଲେ । ବିଧାୟକ ଡ୍ରାଇଭର ମାନଙ୍କ ସମସ୍ୟା ଶୁଣି ନିଶ୍ଚିତ ଭାବେ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ