୧୦ ଦଫା ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରତିଶ୍ରୁତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୁଷ୍ଠ ରୋଗୀ ସଂଗଠନ ସମୂହ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ରଜ୍ୟର ୮୬ଗୋଟି କୁଷ୍ଠ କଲୋନୀର ପ୍ରତିନିଧିମାନେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ନେଇ ମାଷ୍ଟର କ୍ୟାଣ୍ଟିନ ଛକରୁ ନବୀନ ନିବାସ ଅଭିମୁଖେ ହଜାର ହଜାର କୁଷ୍ଠରୋଗୀ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ବାହାରିଥିଲେ । ମାତ୍ର ଅଶୋକ ନଗର ଠାରେ ପୋଲିସ୍ ବ୍ୟାରିକେଡ଼ ଦେଇ ଅଟକାଇଥିଲେ । ଦୀର୍ଘ ସମୟ କୁଷ୍ଠ ପଡ଼ିତମାନେ ବସିଲା ପରେ ପୋଲିସ୍ ଅଧିକାରୀମାନେ ସଂଘର ସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ସାହୁ ଏବଂ କୋଷାଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକଙ୍କୁ ପ୍ରତିନିଧି ହିସାବରେ ନବୀନ ନିବାସରେ ପହଞ୍ଚାଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ପଦସ୍ଥ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଦାବି ପୂରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା କାଲି ସଂଘର ୫ଜଣ ପ୍ରତିନିଧି ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଲୋକସେବା ଭବନରେ ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।ପ୍ରକାଶଥାଉକି, ସମ୍ପ୍ରତି ରାଜ୍ୟରେ ଲକ୍ଷ ଲକ୍ଷ କୁଷ୍ଠ ପୀଡ଼ିତ ଏବଂ ତାଙ୍କର ପରିବାର ସଦସ୍ୟମାନେ ଅତ୍ୟନ୍ତ ଦୁଃଖ ଓ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି ୮୬ଗୋଟି କୁଷ୍ଠ କଲୋନୀର ସ୍ଥାୟୀ ଜମି ପଟ୍ଟା ବାସିନ୍ଦାମାନଙ୍କର ନଥିବାରୁ ଦୀର୍ଘ ୫୦-୬୦ ବର୍ଷ ଧରି ପରିଚୟବିହୀନ ଜୀବନ ଯାପନ କରୁଛନ୍ତି । ରାଜ୍ୟରେ ଅଦୃଶ୍ୟ କୁଷ୍ଠ ଚିକିତ୍ସା ଚାଲିଛି । କୁଷ୍ଠ ଚିକିତ୍ସା ଓ ଥଇଥାନ ଭୁଷୁଡ଼ି ପଡ଼ିଛି । ୪ଟି କୁଷ୍ଠାଶ୍ରମ, ୧୪ଟି କୁଷ୍ଠ ଚିକିତ୍ସାଳୟ ଏବଂ ଜାତୀୟସ୍ତରୀୟ ହିନ୍ଦ୍ କୁଷ୍ଠ ନିବାରଣ ସଂଘ ଅଚଳ । ଜଣେ ସାଧାରଣ ନାଗରିକ ଭଳି କୁଷ୍ଠପୀଡ଼ିତ ଏବଂ ତାଙ୍କର ପରିବାର ସଦସ୍ୟମାନଙ୍କର ସମ୍ମାନର ସହ ବଞ୍ôଚରହିବା ପାଇଁ ଜାତିସଂଘର ମାନବ ଅଧିକାର ଧାରା ୨୦୧୦ । ୨, ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ (ଙ୍ଗକ୍ଟ୍ରମ ଘକ୍ଟ. ୭୬୭/୨୦୧୪ । ୩, ଭାରତ ସରକାରଙ୍କ ‘ଲ କମିଶନ’ ରିପୋର୍ଟ ନଂ-୨୫୬/୨୦୧୫ । ୪, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଅନୁଷ୍ଠିତ “ଝଗ୍ଧବଗ୍ଧର ଞରମଷଦ୍ଭସମବକ୍ଷ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର କ୍ଟଦ୍ଭ ଖରକ୍ଟ୍ରକ୍ସକ୍ଟଗ୍ଦଚ୍ଚ” ପ୍ରଥମ ବୈଠକର ୨୦୧୯ର ନିଷ୍ପତ୍ତି କାର୍ଯ୍ୟକାରୀ କରାଗଲେ ରାଜ୍ୟର ଲକ୍ଷ ଲକ୍ଷ କୁଷ୍ଠପୀଡ଼ିତ ଓ ସେମାନଙ୍କର ପରିବାର ଉପଯୁକ୍ତ ଉନ୍ନତମାନର ଚିକିତ୍ସା ଓ ଥଇଥାନ ହେବା ସହିତ ସାମାଜିକ ନ୍ୟାୟ ପାଇପାରିବେ । କୁଷ୍ଠ ବିଭାଗକୁ “ମୋ ସରକାର” ଓ ‘୫-ଟି’ରେ ସ୍ଥାନ ଦିଆଯିବା ଉଚିତ୍ । ୧୦ ଦଫା ଦାବିଗୁଡ଼ିକ ମଧ୍ୟରେ ସ୍ଥାୟୀ ଜମିପଟ୍ଟା, ବାସଗୃହ, ମାଗଣା ପାନୀୟ ଜଳ ଓ ବିଜୁଳି, ପ୍ରତ୍ୟେକ ପରିବାରକୁ ୩୫ କେଜି ଚାଉଳ, ଚଳିବା ପାଇଁ ମାସିକ ସହାୟତା ରାଶି ୫ ହଜାର ଟଙ୍କା ପ୍ରଦାନ, ସମସ୍ତ କୁଷ୍ଠକର୍ମୀ ପଦବୀ ପୂରଣ, ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ କୁଷ୍ଠ ରିସର୍ଚ୍ଚ ସେଣ୍ଟର ଓ ହସ୍ପିଟାଲ ସ୍ଥାପନ, ୮୬ଗୋଟି କୁଷ୍ଠ କଲୋନୀର ଉନ୍ନତି, ୪ଗୋଟି କୁଷ୍ଠାଶ୍ରମ, ୧୪ଗୋଟି କୁଷ୍ଠ ଚିକିତ୍ସାଳୟର ଭିତ୍ତିଭୂମି ଓ ମାନବ ସମ୍ବଳ ବ୍ୟବସ୍ଥା, ଜାତୀୟସ୍ତରୀୟ ହିନ୍ଦ୍ କୁଷ୍ଠ ନିବାରଣ ସଂଘକୁ କାର୍ଯ୍ୟକ୍ଷମ କରାଯିବା, ୧୦୩ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଯିବା, ଶିକ୍ଷା, ନିଯୁକ୍ତି, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।