୧୦ ଫୁଟର ଅହିରାଜ ଉଦ୍ଧାର

୧୦ ଫୁଟର ଅହିରାଜ ଉଦ୍ଧାର
ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ ) ଦିଗପହଣ୍ଡି ବନାଞ୍ଚଳ ପେଣ୍ଡୁରାବାଡି ଗ୍ରାମରୁ ଗୁରୁବାର ସକାଳେ ପ୍ରକାଶ ପଟ୍ଟନାୟଙ୍କ ଘରୁ ୧୦ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି । ପ୍ରକାଶଙ୍କ ଘରେ ଏକ ଢାମଣା ସାପ ପାଇଥିବା ବେଳେ ତାକୁ ଅହିରାଜ ସାପ ଖାଇଦେଇଥିଲା । ଗୁରୁବାର ସକାଳେ ଘରେ ସାପ ପଶିଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ରେଞ୍ଜର ପରମାନନ୍ଦ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ (ପିଏଫଏ) ସ୍ୱେଛାସେବୀ ସମୀର କାନ୍ତ ତ୍ରୀପାଠୀ , ଶୁଭମ ସାହୁ, ଶ୍ରୀକାନ୍ତ ସାହୁ , ରିତେଶ ବେହେରା ପ୍ରମୁଖଙ୍କ ସମେତ ବନବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ