୧୦ ଫୁଟର ଅହିରାଜ ସାପ ଉଦ୍ଧାର
ଦିଗପହଣ୍ଡି ,( ଯୁଗାବ୍ଦ ନ୍ୟୁଜ ) : ଦିଗପହଣ୍ଡି ବନାଞ୍ଚଳ ପେଣ୍ଡୁରାବାଡି ଗ୍ରାମରୁ ଗୁରୁବାର ସକାଳେ ପ୍ରକାଶ ନାୟକଙ୍କ ଘରୁୂ ୧୦ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ପ୍ରକାଶଙ୍କ ଘରେ ଏକ ତାମ୍ପଢା ସାପ ପଶିଯାଇଥିଲା । ବେଳେ ତାକୁ ଏକ ଅହିରାଜ ସାପ ଖାଇଦେଇଥିଲା ।ଗୁରୁବାର ସକାଳେ ଅହିରାଜ ସାପ ଘରେ ପଶିଥିବାର ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ । ରେଂଜର ପରମାନନ୍ଦ ପାଣିଗ୍ରାହି ଙ୍କ ନିର୍ଦେଶ କ୍ରମେ ପିଏଫଏ ସ୍ୱେଛାସେବୀ ସମୀର କାନ୍ତ ତ୍ରୀପାଠି.ଶୁଭମ ସାହୁ , ଶ୍ରୀକାନ୍ତ ସାହୁ ,ରିତେଶ ବେହେରା ,ପ୍ରମୁଖଙ୍କ ସମେତ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ଚାଙ୍ଗୁି ଡି ଜଙ୍ଗଲରେ ଛାଡି ଦେଇଥିଲେ ।