୧୦ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଆକାଂକ୍ଷୀ ଜିଲ୍ଲା ଦାଇତ୍ୱ
ଭୂବନେଶ୍ୱର : ରାଜ୍ୟ ସରକାର ଶୁକ୍ରବାର ନିତି ଆୟୋଗ ଦ୍ୱାରା ସ୍ଥିର ହୋଇଥିବା ୧୦ ବରିଷ୍ଠ ଆଇଏଏସ୍ ଅଧିକାରୀରୀଙ୍କୁ ଆକାଂକ୍ଷୀ ଜିଲ୍ଲା ଦାଇତ୍ୱ ଦେଇଛନ୍ତି । ସଚିବ ସ୍ତରର ୧୦ ଜଣ ଅଧିକାରୀଙ୍କୁ ୧୦ ଜିଲ୍ଲାର ଦାଇତ୍ୱ ମିଳିଛି । ରାଜ୍ୟ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କିଶୋର ମହାପାତ୍ରଙ୍କୁ ଢେଙ୍କାନାଳ, ମହିଳା ଓ ଶିଶୁ ବିଭାଗର ପ୍ରମୁଖ ସଚିବ ଅନୁଗର୍ଗଙ୍କୁ, ରାୟଗଡା, କୃଷି ସଶକ୍ତି କରଣ ବିଭାଗର ପ୍ରମୁଖ ସଚିବ ସୈାରଭ ଗର୍ଗଙ୍କୁ କୋରାପୁଟ, ପଂଚାୟତ ରାଜ ବିଭାଗ ପ୍ରମୁଖ ସଚିବ ଡିଆରକେ ସିଂଙ୍କୁ କଳାହାଣ୍ଡି ଜିଲ୍ଲା ପାଇଁ ଦାଇତ୍ୱ ମିଳିଛି ।