୧୦ ବର୍ଷ ପୂର୍ତ୍ତିରେ ପାଳିତ ହେଲା ବିଶ୍ୱ ଶାନ୍ତି ମହାଯଜ୍ଞ

ଉଦଳା,(ରାଜୀବ ବେହେରା): ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୀନ ବରଡ଼ି ଗ୍ରାମ ପଞ୍ଚାୟତ ର ପାଟଶାଣୀ ପୁର ଗ୍ରାମ ଏକ ଧାର୍ମିକ ସମ୍ପର୍ଣ୍ଣ ଗ୍ରାମ l ଛୋଟ ଗାଁ ହେଲେ କଣ ହେଵ ଏହି ଗାଁ ରେ ସମସ୍ତଙ୍କ ଭିତରେ ରହିଛି ଏକ ନିଆରା ସମ୍ପର୍କ, ଯାହା ଆଜିର ଦୁନିଆରେ ବିରଳ, ଗ୍ରାମରେ ଲୋକଙ୍କ ଭିତରେ ଭରି ରହିଛି ଭାଇଚାରା l ଏହି ଭାଇଚlରା ପାଇଁ ଆଜି ଯାଏଁ ଗ୍ରାମରେ ଯାହା କିଛି ପର୍ବ ପର୍ବାଣୀ ଯଜ୍ଞ ହୋମ ଇତ୍ୟାଦି ଯାହା ଅନୁଷ୍ଠିତ ହୋଇଥାଏ ଏହି କାର୍ଯ୍ୟକ୍ରମ ସମସ୍ତେ ମିଳି ମିଶି ଗ୍ରାମର ସାନରୁ ବଡ ସମସ୍ତେ ଆଗ୍ରହ ର ସହିତ ସବୁକିଛି କାମରେ ସହଯୋଗ କରି କାର୍ଯ୍ୟ ସମ୍ପାଦନ କରି ଖୁସି ଅନୁଭବ କରିଥାନ୍ତି l ଜଗତର ନାଥ ଜଗନ୍ନାଥ ଙ୍କ ସରଣ ରେ ଏହି ଗ୍ରାମ ବାସି , ଗ୍ରାମକୁ ସୁରକ୍ଷା ଆଉ ନିରୋଗ ରଖୁଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ l ଆଉ ପୁରା ଗାଁ ଏବେ ଜଗନ୍ନାଥ ଜଗନ୍ନାଥ ଆଉ ଜଗନ୍ନାଥ, ପୁରୀରୁ ଆଜ୍ଞାମାଳ ଆଣି ଜଗନ୍ନାଥ ଙ୍କ ବିଗ୍ରହ ରଖି ପୂଜା କରିବା ସହିତ, ବର୍ଷର ଶେଷରେ ସମସ୍ତେ ମିଳି ମିଶି ଏକ ବିଶ୍ୱଶାନ୍ତି ମହାଯଜ୍ଞ ର ଆୟୋଜନ କରି ଛନ୍ତି , ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ଥାଏ l ସମସ୍ତ ଗ୍ରାମବାସୀ ଜଗତର ଜଗନ୍ନାଥ ଜଗନ୍ନାଥ ଙ୍କୁ ସ୍ମରଣ କରୁଛନ୍ତି, ନିଜର ମଙ୍ଗଳ,ଭଲ ବର୍ଷା,ପରିବାର, ଗ୍ରାମର ଏବଂ ଦେଶର ମଙ୍ଗଳ ପାଇଁ ଏକ ଯଜ୍ଞ ହୋଇ ଥାଏ, ଆଉ ଲୋକଙ୍କ ବିଶ୍ୱାସ ଯଜ୍ଞ ପରେ ଗ୍ରାମରେ ଭଲ ବର୍ଷା ଏବଂ ଫସଲ ହୋଇ ଥାଏ, ଗ୍ରାମରେ କିଛି ଅଘଟଣ ହୋଇ ନଥାଏ, ବୋଲି ଗ୍ରାମ ବାସି ମାନେ କହି ଛନ୍ତି l ହେଲେ ଗ୍ରାମବାସୀ ମାନେ ଜଗନ୍ନାଥ ଙ୍କ ବିଗ୍ରହ ପୂଜା ଆଜକୁ ୧୦ ବର୍ଷରୁ ଉର୍ଦ୍ଧ ହେବ ପୂଜା କରି ଆସୁ ଥିବା ବେଳେ ଗୋଟେ ମନ୍ଦିର ନାହିଁ, ଆଉ ଗୋଟେ ଗ୍ରାମରେ କ୍ଳବ ଘର ର ଆବଶ୍ୟକତା ରହି ଥିବା ପ୍ରଶାସନକୁ ଗୁହାରୀ ଜଣାଇ l ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ଗ୍ରାମ ରେ ରଥ ଯାତ୍ରା ପୂର୍ବରୁ ଗ୍ରାମରେ ଜଗନ୍ନାଥ କମିଟି ଆନୁକୂଲ୍ୟରେ ସମସ୍ତ କର୍ମକର୍ତ୍ତା ଙ୍କ ପ୍ରଚେଷ୍ଟା ରେ ଏକ ବିଶ୍ୱ ଶାନ୍ତି ମହାଯଜ୍ଞର ଆୟଜିତ ହୋଇ ପୂର୍ଣ୍ଣାହୂତି ପରେ ପ୍ରସାଦ ସେବନ କରି ଥାନ୍ତି, ଆନନ୍ଦରେ ସମସ୍ତେ ଏହି ଯଜ୍ଞରେ ଭାଗ ନେଇ ପ୍ରଭୁଙ୍କ ନିକଟରେ ଭୋଗ ରାଗ ଲଗାଇ ନିଜର ଦୁଃଖ ଜଣାଇ ଥାନ୍ତି l ସରକାର ଗ୍ରାମର ଉର୍ନତି କରଣ ପାଇଁ ଯୋଜନା ପ୍ରଣୟନ କରୁଥିବା ବେଳେ,ତେବେ ଗ୍ରାମ ବାସୀଙ୍କ ଅଭିଯୋଗ ସରକାରୀ ସ୍ତରରେ କେଵେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ