୧୦ ବର୍ଷ ହେଲା ନିଜେ ଚାଲିଚାଲି ଏକ ରିକ୍ସାଗାଡ଼ି ରେ ବୃଦ୍ଧ ଗୁରୁଙ୍କୁ ନେବା ଆଣିବା କରୁଛନ୍ତି ରବି ଦାସ

ନିମାପଡ଼ା, (ସନ୍ତୋଷ ଦାଶ) :-ପୌରାଣିକ ଯୁଗରେ ଏକଲବ୍ୟଙ୍କ ଭଳି ଅନେକ ଶିଷ୍ୟ ନିଜର ଆନୁଗତ୍ୟତା ପାଇଁ ଯୁଗ ଯୁଗ ପାଇଁ ନିଜର ନାଁ ଇତିହାସରେ ଲିପିବଦ୍ଧ କରିଥିବା ସମସ୍ତେ ଜାଣନ୍ତି । ଆଜିର ଯୁଗରେ ରବି ଦାସ ଏଭଳି ଜଣେ ଶିଷ୍ୟ ଯିଏ ଦୀର୍ଘ ୧୦ ବର୍ଷ ହେଲା ନିଜ ଜୀବନକୁ ତାଙ୍କ ଗୁରୁଙ୍କ ପ୍ରତି ଉତ୍ସର୍ଗୀକୃତ କରିଛନ୍ତି । ଗୁରୁଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ନିଜ ଗୁରୁଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ନିଜେ ବୋହି ଗାଁ ଗାଁ ବୁଲି ମହିମା ଧର୍ମର ପ୍ରଚାର କରୁଛନ୍ତି । ଗୁରୁଙ୍କ ବାର୍ଦ୍ଧକ୍ୟ ଯୋଗୁଁ ଚାଲି ଚାଲି ଗାଁ ଭ୍ରମଣ ଅସମ୍ଭବ ହେଉଛି । ସେଥିପାଇଁ ଏକ ସ୍ୱତନ୍ତ୍ର ରିକ୍ସା ତିଆରି କରି ନିଜେ ଏହାକୁ ଟାଣୁଛନ୍ତି । ଗୁରୁ ଙ୍କ ପାଇଁ ସେ ଆଶାର ବାଡ଼ି ପାଲଟିଛନ୍ତି। ଏବେ ସେ କଟକ ଜିଲ୍ଲା ନିଆଳି ଠାରୁ ଆରମ୍ଭ କରି ପୁରୀ ଜିଲ୍ଲା ର ନୟାହାଟ, କାକଟପୁର , ଅସ୍ତରଙ୍ଗ ଆଦି ବିଭିନ୍ନ ଅଞ୍ଚଳ ବୁଲି ସାଧାରଣ ଲୋକଙ୍କୁ ଧର୍ମୀୟ ବାର୍ତ୍ତା ବାଣ୍ଟୁଛନ୍ତି । ଏଭଳି ଜଣେ ବିରଳ ଶିଷ୍ୟଙ୍କୁ ପାଇଁ ଗୁରୁ ନରୋତ୍ତମ ଦାସ ବେଶ ଗର୍ବିତ ବୋଲି କହିଛନ୍ତି । ରବି ଦାସ ଙ୍କୁ ପଚାରିବାରେ ସେ କୁହନ୍ତି ଗୁରୁ ନରୋତ୍ତମଙ୍କ ଠାରୁ ସେ ଶିଷ୍ୟତ ଗ୍ରହଣ କରିବାପରେ ଗୁରୁ ତାଙ୍କ ପାଇଁ ପାଲଟି ଯାଇଛନ୍ତି ଭଗବାନ । ଗୁରୁ ଙ୍କ ଶେଷ ଇଚ୍ଛା ସେ ଗାଁ ଗାଁ ବୁଲି ମହିମା ଧର୍ମ ର ପ୍ରଚାର ପ୍ରସାର କରିବେ । କିନ୍ତୁ ବୟସ ଅଧିକ ହୋଇଯାଇଥିବାରୁ ସେ ଚାଲିବା ସମ୍ଭବ ହୋଇପାରୁ ନାହିଁ । ତେଣୁ ତାଙ୍କ ନିର୍ଦ୍ଦେଶ ଓ ଅନୁମତି ରେ ଏହି ସ୍ଵତନ୍ତ୍ର ରିକ୍ସା ନିର୍ମାଣ କରି ତାଙ୍କୁ ଗାଁ ଗାଁ ବୁଲାଉଛି । ଗୁରୁ ମୋର ଧର୍ମ ପ୍ରଚାର କରି ଭକ୍ତ ମାନଙ୍କ ସହିତ ମିଶି ଯେତିକି ଖୁସି ଆନନ୍ଦ ପାଉଛନ୍ତି ତାହା ଦେଖି ମୋ ମନ ବି ଖୁସି ହୋଇ ଯାଉଛି। ଗୁରୁ ଙ୍କ ସହିତ ରହିଛି, ରହିବି ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ । ଏହି ଗୁରୁ ଶିଷ୍ୟ ଙ୍କୁ ସବୁ ସ୍ଥାନ ରେ ସ୍ବାଗତ ସମ୍ବର୍ଧନା ମିଳୁଥିବା ବେଳେ ଏ ଯୁଗରେ ଏପରି ଗୁରୁ ଭକ୍ତ ଶିଷ୍ୟ ଙ୍କୁ ସବୁ ମହଲ ରେ ପ୍ରଶଂସା କରାଯାଉଛି । ଏହି ଶିଷ୍ୟ ଙ୍କ କାର୍ଯ୍ୟ ଏବେ ସମଗ୍ର କଟକ ଓ ପୁରୀ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ