୧୦ ବାଇକ ଜବତ ସମେତ ଦୁଇ ଜୁଆଡିଙ୍କୁ ବାନ୍ଧିଲା ବହଳଦା ପୋଲିସ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ ଅଦୃଶ୍ୟ ଭୂତାଣୁ ‘ କରୋନା’ ପାଇଁ ଲକ୍ ଡାଉନ୍ । ଚାରିଆଡେ ଶୂନଶାନ । ଏଭଳି ଭୟଙ୍କର ପରିସ୍ଥିତି ଜୁଆଡିଙ୍କୁ ସୁହାଉଛି ।ସକ୍ରିୟ ହୋଇ ଉଠିଛନ୍ତି ଜତୁଆଡି ଦଳ ।ଘଞ୍ଚ ଜଙ୍ଗଲ ନିଛାଟିଆ ଜାଗା ସେମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି ଏଭଳି ଏକ ଘଟଣା ସୋମବାର ଦିନ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ପୋଲିସ କାର୍ଯ୍ଯାଳୟ ଅନ୍ତର୍ଗତ ବହଳଦା ଥାନା ଅଧିନସ୍ଥ ଜାମଦା ବ୍ଲକର ବଡଦୁନ୍ଦୁ ପଞ୍ଚାୟତର ବଡଦୁନ୍ଦୁ ଗାଁରେ ।ଆଜି ମେଘୁଆ ପାଗ ଥିବାବେଳେ କିଛି ଜୂଆଡି ଆଜି ବଡଦୁନ୍ଦୁ- ରେଡମ ଗାଁ ମଝିରେ ଏକ ନିଛାଟିଆ ପାହାଡ ଭୁଣ୍ଡାଡଙ୍ଗୁରିଠାରେ ତାସପାତିମାଧ୍ୟମରେ ଜୁଆ ଖେଳୁଥିଲେ । ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ କୌଣସି ସୂତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବା ବହଳଦା ପୋଲିସଙ୍କୁ ଜୁଆ ଆଡ୍ଡା ଉପରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବହଳଦା ଥାନା ଅଧୀକାରୀ ଯୋଗେନ୍ଦ୍ର ମଲ୍ଲିକଙ୍କ ନେତୃତ୍ବରେ ସେଠାରେ ଚଢାଉ କରା ଯାଇଥିଲା । ଘଟଣାସ୍ଥଳରୁ ୧୦ଟି ବାଇକ ଜବତ କରାଯାଇଥିଲା ।ତଦସହ ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଜୀବନ ବିକଳେ ପାହାଡ ଭିତରେ ଖସି ପଳାଇଥିଲେ ।କାବୁ ହୋଇଥିବା ଜୁଆଡିଙ୍କ ପାଖରୁ ୨୩୪୦ ଟଙ୍କା ଏବଂ ଦୁଇ ଯୋଡ଼ା ତାସ ପାତି ଜବତ କରିଥିଲେ । ଗିରଫଙ୍କ ବିରୋଧରେ କେଶ ନମ୍ବର ୩୩ମାମଲା ରୁଜୁ କରାଯାଇଛି । ଗିରଫ ବ୍ୟକ୍ତି ଦୁଇଜଣ ହେଲେ ବଡଦୁନ୍ଦୁ ଗ୍ରାମର‌ ମହମ୍ମଦ ସଲିମ ଏବଂ ମହମ୍ମଦ କଲିମ ।ସାରା ମଣିଷ ସମାଜ କରୋନା ହଟାଇବା ବିରୋଧରେ ଏକଜୁଟ ହୋଇଥିବା ବେଳେ ଏହି ଜୁଆଡି ମାତାଲ୍ ମାନେ ଜୁଆ ଖେଳ ଭଳି ଅସାମାଜିକ କାମରେ ଲିପ୍ତ ରହି ସମାଜରେ ଅଶାନ୍ତବାତାବରଣ ଓ ଖରାପ ପରିବେଶ ସୃଷ୍ଟି କରିଛନ୍ତି । ପୋଲିସ ଖସି ପଳାଇଥିବା ଅସାମାଜିକ ଲୋକମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ବହଳଦା ପୋଲିସର ଜୁଆଖେଳ ହଟାଅ ଅଭିଯାନକୁ ସାଧାରଣରେ ପ୍ରଶଂସା କରାଯାଇଛି ।ଜୁଆଡିଙ୍କ ଗିରଫଦାରୀ ପରେ ଅଂଚଳରେ ଜୁଆଡିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ‌ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ