୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ୱେସ୍କୋ ଜେଇ ରାଜକିଶୋର ସାହୁ

କଳାହାଣ୍ଡି, (ଓ୍ବାଇଏନ୍ଏସ୍): ଉଠା ଜଳ ସେଚନ ବିଦ୍ୟୁତିକରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୱେଷ୍କୋ ଜେ.ଇ ରାଜ କିଶୋର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।କଳାହାଣ୍ଡି ଜିଲ୍ଲାରେ ସରକାରୀ ଅଫିସର ବାବୁ ମାନେ ବାରମ୍ବାର ଧଢ଼ ପକଡ ଚାଲିଛନ୍ତି। କହିବାକୁ ଗଲେ କିଛି ଦିନ ତଳେ ASI ସୋମେଶ୍ୱର ବାଗ, ASI ମଳୟ କୁମାର ରଣା, ASI ରମେଶ ପଟ୍ଟନାୟକଙ୍କ ଏବଂ ଜେପିଟିଏ ସୁବ୍ରତ ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଧରା ପଡିଥିଲେ। ବର୍ତମାନ ଏକ ବଡ ଖବର ନୂଆପଡା ଓ କଳାହାଣ୍ଡି ଭିଜିଲାନ୍ସ ଟିମ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । ସୂଚନାନୁସାରେ ଲାଲୁ ସାହୁ ତାଙ୍କ ସ୍ତ୍ରୀ ଟିକେଶ୍ୱରୀ ସାହୁଙ୍କ ନାମରେ ଉଠାଜଳ ସେଚନର ବିଦ୍ୟୁତିକରଣ ସଂଯୋଗ ପାଇଁ ଜେଇ ଶ୍ରୀ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ । ସଂଯୋଗୀକରଣ ପାଇଁ ଶ୍ରୀ ସାହୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଲୁ ସାହୁ ଗତ ୧୩ ତାରିଖ ଦିନ ୪୬୦୦ ଟଙ୍କା ଅଗ୍ରୀମ ଦେଇ ବକେୟା ରାଶି ଦେବାକୁ ପ୍ରତିଶୃତି ଦେଇଥିଲେ । ଏନେଇ ଶ୍ରୀ ସାହୁ ଭିଜିଲାନ୍ସ ନୂଆପଡା ୟୁନିଟର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଦଳ ଯୋଜନା ପ୍ରସ୍ତୁତ କରି ରାଜ କିଶୋର ସାହୁଙ୍କୁ ଲାଞ୍ଚ ନେବା ସମୟରେ ଧରିବାର ବ୍ୟବସ୍ଥା କରିଥିଲେ । ଲାଲୁ ସାହୁଙ୍କ ଠାରୁ ୧୦ ହଜାର ଟଙ୍କା ରାସାୟନିକ ବୋଳା ୫୦୦ ଟଙ୍କିଆ ନୋଟ ନେବା ସମୟରେ ଚଢଉ କରି ଜବତ କରିଥିଲେ । ବିଦ୍ୟୁତ ସଂଯୋଗୀକରଣ ପାଇଁ ଲାଞ୍ଚ ନେଉଥିବା ରାଜ କିଶୋର ସାହୁଙ୍କ ନାମ ରେ ଆଗରୁ ମଧ୍ୟ ବହୁବାର ଅଭିଯୋଗ ହୋଇ ଆସୁଥିଲା । ଆଜି ନୂଆପଡା ଭିଜିଲାନ୍ସ ୟୁନିଟ ତାଙ୍କୁ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟ କୁ ପଠାଇ ଦେଇଛି। ଏକ କାଳିନ ତାଙ୍କର ନୂଆପଡା ସ୍ଥିତ ଭଡା ଘର ଓ ଜଗତସିଂପୁର ଜିଲ୍ଲା ସଦର ମହକୁମା ସ୍ଥିତ ନିଜସ୍ୱ ବାସଭବନରେ ଚଢାଉ ଜାରି ରହିଛି। ତେବେ ଏନେଇ ରାଜକିଶୋର ସାହୁଙ୍କୁ ପଚାରିବାରୁ ଲାଲୁ ସାହୁଙ୍କ ଅନୈତିକ ବିଦ୍ୟୁତ ସଂଯୋଗ ପାଇଁ କଟା ଯାଇଥିବା ପାଉଣା ତଣ୍ଡ ଦେବା ବେଳେ ମତେ ଭିଜିଲାନ୍ସ ଗିରଫ କରିଛି ବୋଲି କହିଛନ୍ତି । କିନ୍ତୁ ଭିଜିଲାନ୍ସ ବିଭାଗ ଜବତ କରିଥିବା କାଗଜପତ୍ର ରେ ଏଭଳି କୌଣସି ଦସ୍ତାବିଜ ମିଳିନି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ