୧୦ ଡ଼ିସେମ୍ବର ନୋବେଲ୍ ପୁରସ୍କାର ଦିବସ ଉପଲକ୍ଷେ-ଆଲଫ୍ରେଡ଼୍ ନୋବେଲ ଏବଂ ନୋବେଲ୍ ପୁରସ୍କାର
ଆଲଫ୍ରେଡ଼୍ ନୋବେଲ୍, ଉନବିଂଶ ଶତାବ୍ଦୀର ସୁଇଜରଲ୍ୟାଣ୍ଡ ଶିଳ୍ପପତି ଓ ନୋବେଲ୍ ପ୍ରାଇଜ୍ ମାନଙ୍କର ସ୍ରଷ୍ଟା, ଯାହା ନାମରେ ନୋବେଲ୍ ପୁରସ୍କାର ନାମିତ, ହେଉଛନ୍ତି ବିନାମାଇଟର ସ୍ରଷ୍ଟା । ଡ଼ିନାମାଇଟ୍ ଏକ ଶକ୍ତିଶାଳୀ ବିସ୍ପୋରକ । ଏବେ ଡ଼ିନାମାଇଟ୍ ଶିଳ୍ପୋନ୍ନତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଅଛି । ନୋବେଲ୍ ୧୯୩୩ ମସିହାରେ ଷ୍ଟ୍ରକହୋମଠାରେ ସୁଇଦିଶ ପିତାମାତାଙ୍କଠାରୁ ଜନ୍ମ ନେଇଥିଲେ । ସେ ମାତ୍ର ୯ ବର୍ଷରେ ତାଙ୍କ ପିତାମାତାଙ୍କ ସହ ସେଣ୍ଟ ପିଟସବର୍ଗ ସ୍ଥାନାନ୍ତରିତ ହୋଇଥିଲେ । ସେ ବହୁ ଇଉରୋପୀୟ ଦେଶରେ ଶିକ୍ଷା ଲାଭ କରିଥିବାରୁ ପରିଷ୍କାର ଓ ଅନର୍ଗଳ ଭାବରେ ପାଞ୍ଚୋଟି ଭାଷା ବିଶେଷକରି ଇଂରାଜୀ, ଫ୍ରେଞ୍ଚ୍, ସୁଇଦିଶ, ରୁଷିଆନ୍ ଓ ଜର୍ମାନ୍ ଭାଷାରେ କହି ଓ ଲେଖିପାରୁଥିଲେ । ସେ ତାଙ୍କ ବାପାଙ୍କ ପ୍ରୋତ୍ସାହନ କାରଣରୁ ବିସ୍ପୋରକ ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ବହୁ ପରୀକ୍ଷା ନୀରିକ୍ଷାପରେ ସେ ଏକ ସ୍ପର୍ଶକାତର ବିସ୍ପୋରକ ପ୍ରସ୍ତୁତ କରିଥିଲେ ଯାହାକୁ ୧୮୬୬ରେ ଡ଼ିନାମାଇଟ୍ ରୂପେ ନାମିତ କରାଗଲା । ନୋବେଲଙ୍କ ଉଦ୍ଭାବନ ଖଣି, ପୂର୍ତ୍ତ, କୋଠାନିର୍ମାଣ, ସୁଡ଼ଙ୍ଗ ଖୋଳା ଇତ୍ୟାଦିରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା । ତାଙ୍କର ଉଦ୍ଭାବୀ ମନ ଡ଼ିନାମାଇଟ୍ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷକରି ରସାୟନ ବିଦ୍ୟାରେ କୃତ୍ରିମବସ୍ତୁ ଯଥା ରବର ଏବଂ ଚମଡ଼ା ପ୍ରସ୍ତୁତିରେ ସହାୟକ ହୋଇଥିଲା । ତାଙ୍କ ପ୍ରଚେଷ୍ଟାରେ ୫ଟି ସହାଦେଶର ୨୦ଟି ଦେଶରେ ୯୦ଟି ଶିଳ୍ପଶାଳା ଓ ବାଣିଜ୍ୟଗାର ବା ବ୍ୟବସାୟିକ ସଂସ୍ଥା ଖୋଲା ଯାଇଥିଲା । ତାଙ୍କ ବ୍ୟବସାୟିକ ଉଦ୍ୟମ ଏବଂ ଉଦ୍ୟୋଗ ଶେଷରେ ଏକ ବିଶ୍ୱସ୍ତରୀୟ ଶିଳ୍ପରୂପେ ପରିଗଣିତ ହେଲା ଯାହାକି ତାଙ୍କ ଆୟର ଏକ ମହାନ ଉତ୍ସ ରୂପେ ପରିଣତ ହେଲା । ସେ ପାଲଟିଗଲେ ବିଶ୍ପପତି । ଏବେ ସେଇ ଅର୍ଥ ତାଙ୍କ ଇଚ୍ଛାନୁଯାୟୀ ମଣିଷଜାତିର ସେବାରେ ବିନିଯୋଗ ହେଉଛି ବିଶେଷକରି ନୋବେଲ୍ ପୁରସ୍କାର ଅକାରରେ ପ୍ରତିବର୍ଷ ଯାହାକି ମାନବ ସେବାପାଇଁ ତଥା ସଜନପାଇଁ ପ୍ରେରଣାର ଉତ୍ସ ଓ ଶ୍ରମର ମର୍ଯ୍ୟଦା ସ୍ୱରୂପ ଅଟେ ।
ନୋବେଲ୍ ୧୦ ଡ଼ିସେମ୍ବର ୧୮୯୬ରେ ତାଙ୍କ ନିଜଘର ସାନରେମୋ ଇଟାଲିରେ ସୁଖ ମହାନିଦ୍ରା ସମ୍ବରଣ କରିଥିଲେ । ପ୍ରତିବର୍ଷ ତାଙ୍କର ଏହି ନିର୍ବାପିତ ଦିବସରେ ନୋବେଲ ପୁରସ୍କାରପ୍ରଦାନ କରାଯାଇଥାଏ ବିଶେଷକରି ସ୍ୱନାମଧନ୍ୟ ବ୍ୟକ୍ତିତ୍ୱଙ୍କୁ ଯେଉଁମାନେ କି ବିଜ୍ଞାନ, ଶାନ୍ତି, ଅର୍ଥନୀତି ଏବଂ ସାହିତ୍ୟ କ୍ଷେତ୍ରରେ ବିଶଷକୃତିତ୍ୱ ଓ ପରାକାଷ୍ଠା ଦେଖାଇଥାନ୍ତି । ଏ ପୁରସ୍କାର ୧୯୦୧ ଠାରୁ ଦିଆଯାଇ ଆସୁଛି । ଆମ ଦେଶରୁ ସର୍ବ ପ୍ରଥମେ ସାହିତ୍ୟ ‘ଗୀତାଞ୍ଜଳି’ ପାଇଁ ରବିନ୍ଦ୍ରନାଥ ଠାକୁର ୧୯୧୩ ମସିହାରେ ନୋବେଲ୍ ପୁରସ୍କାର ପାଇଛନ୍ତି । ୧୯୩୯ ମସିହାରେ ଚନ୍ଦ୍ରଶେଖର ଭେଙ୍କଟରମଣ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ପାଇଛନ୍ତି । ଏହା ବ୍ୟତୀତ ଡ଼. ହର ଗୋବିନ୍ଦ ଖୁରାନା (ବିଜ୍ଞାନ), ଆମ୍ମର୍ତ୍ତସେନ୍ (ଅର୍ଥନୀତି) ଏବଂ ମଦରଟେରେସା (ଶାନ୍ତି) ପାଇଁ ମଧ୍ୟ ନୋବେଲ୍ ପୁରସ୍କାର ପାଇଛନ୍ତି । ଚଳିତବର୍ଷ ଦ୍ୱିତୀୟଥର ପାଇଁ ଭାରତର କୈଳାସ ସତୀର୍ଥ ଏହି ପୁରସ୍କାର ପାଇଛନ୍ତି । ତେବେ ମଦର ଟେରେସା ଓ ସତୀର୍ଥଙ୍କ ମଧ୍ୟରେ ପାର୍ଥକ୍ୟ ଏହିଯେ, ମଦରଟେରେସା ଭାରତକୁ ନିଜର କରିଥିବା ବ୍ୟକ୍ତିତ୍ୱ ବେଳେ, ସତୀର୍ଥ ସଂପୂର୍ଣ୍ଣ ଭାବେ ଭାରତୀୟ । ନୋବେଲ୍ ପୁରସ୍କାର ଏକ ସମୟରେ ଷ୍ଟକ ହୋମ୍, ସୁଉଡ଼େନ୍ ଓ ନରୱେରୁ ରାଜକୀୟ ପରିବାରମାନଙ୍କର ଉପସ୍ଥିତିରେ ପ୍ରଦାନ ହୋଇଥାଏ । ନୋବେଲ୍ଙ୍କର ଏତାଦୃଶ କାର୍ଯ୍ୟପାଇଁ ସେ ଆମ ପାଖେ ଚିରସ୍ମରଣୀୟ ହୋଇ ରହିବେ । ଧନ୍ୟ ନୋବେଲ୍ ତୁମେ ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮