୧୧କେଭି ଓ ଏଲ.ଟି.ଲାଇନ ତାର ଓହଳି ବିପଦ ସୃଷ୍ଟି କରୁଥିବା ଅଭିଯୋଗ
କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପୋରସଂସ୍ଥା ଅନ୍ତର୍ଗତ ୨ନମ୍ବର ୱାର୍ଡର ବଡବାରଙ୍ଗ ଗ୍ରାମର ବଡବାରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରୁ ମଧ୍ୟଖଣ୍ଡି ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ୧୧କେଭି ବିଦ୍ୟୁତ ଲାଇନ ତଳେ ଏଲ.ଟି. ଲାଇନ ତାର ଯାଇଥିବା ଦେଖାଯାଇଛି । ଏହି ଲାଇନ ଯାଇଥିବା ଅଧିକାଂଶ ବିଦ୍ୟୁତ ଖୁଂଟରେ ଏଲ.ଟି.ଲାଇନର ତାର ବହୁ ତଳକୁ ଓହଳି ରହିଥିବା ବେଳେ ଏହା ବହୁ ବର୍ଷତଳର ପୁରୁଣା ତାର ହୋଇଥିବାରୁ ଯେ କୈାଣସି ସମୟରେ ଏହି ତାର ଛିଡିଯାଇ ତଳେପଡିଯିବାର ସମ୍ଭବନା ରହିଛି । ଫଳରେ ବିଦ୍ୟୁତ ଜନିତ ଦୂର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତିର ଆଶଙ୍କା ସୃଷ୍ଟି ହୋଇଛି । ଏହି ରାସ୍ତାରେ ବହୁଦିନ ହେବ ନୂତନ ବିଦ୍ୟୁତ ଖୁଂଟ ପଡିଥିଲେ ମଧ୍ୟ ଏଲ.ଟି.ଲାଇନର ପୁରୁଣା ବିଦ୍ୟୁତ ତାରକୁ ବଦଳାଯାଇ ନୂଆ କେବୁଲ ତାର ପକାଯାଉନଥିବା ଅଭିଯୋଗ ହୋଇଛି । ଏଥିନିମନ୍ତେ ବଡବାରଙ୍ଗ ଗ୍ରାମର ବରିଷ୍ଠ ନାଗରିକ ତଥା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ତୁରନ୍ତ ଏହି ପୁରୁଣା ବିଦ୍ୟୁତ ତାରକୁ ବଦଳାଯାଇ ନୂତନ କେବୁଲ ତାର ଟଣାଯାଇ ଜନସାଧାରଣଙ୍କୁ ବୈଦୁତିକ ଦୂର୍ଘଟଣାରୁ ବଂଚାଇବାକୁ ଏନଜେନ, ସେସୁ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।


