୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଆଜି ଲୋକତନ୍ତ୍ର ମହାପର୍ବ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ । ଏନେଇ ଲୋକଙ୍କ ମଧ୍ୟରେ ବହୁ ଉତ୍ସାହ ରହିଛି । ତେବେ ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ମିଳିଛି ।ସୂଚନାଯୋଗ୍ୟ, ଆଜି ଦେଶର ୧୧୭ଟି ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରୀ ରହିଛି । ଓଡିଶାର ୬ଟି ଲୋକସଭା ଆସନ ଯଥା ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, କଟକ, ଓ ପୁରୀ ସମେତ ଦେଶର ୧୫ଟି ରାଜ୍ୟରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ୧୬୪୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରାୟ ୨ ଲକ୍ଷ ୧୦ ହଜାର ମତଦାନ କେନ୍ଦ୍ରରେ ୧୮କୋଟି ୮୫ ଲକ୍ଷରୁ ଅଧିକ ମତଦାତା ନିଜ ଅଧିକାର ସାବ୍ୟସ୍ତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ