୧୧ତମ ବିବାହ ବାର୍ଷିକୀରେ ଦମ୍ପତିଙ୍କ ରକ୍ତଦାନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ୧୧ତମ ବିବାହ ବାର୍ଷିକୀ ଅବସରରେ ଆଜି ଏକ ଦମ୍ପତ୍ତି ରକ୍ତଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରେଡକ୍ରସ ରକ୍ତଭଣ୍ଡାରରେ ସହରର ବଡହାଟସ୍ଥିତ ରଞ୍ଜିତ ସିଂ ଓ ତାଙ୍କ ପତ୍ନୀ ମୋନାଲିସା ସିଂ ସେମାନଙ୍କ ୧୧ତମ ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଗୈାତ୍ତମ ସାହୁ, ମାଧବ ପ୍ରଧାନ, ଶଶାଙ୍କ ଶେଖର ଜେନା, ଅଭିଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।