୧୧ନମ୍ବର ଜୋନ ସ୍ତରୀୟ କର୍ମି ସମ୍ମିଳନୀ ଓ ମହାମିଶ୍ରଣ ପର୍ବ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଆଗକୁ ପଞ୍ଚାୟତ ନିର୍ବାଚନ ।ବିଜେଡି ଓ ବିଜେପି ରାଜନୈତିକ ଦଳ ଭଳି ଝାଡଖଣ୍ଡ ମୁକ୍ତି ମୋର୍ଚା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଛି । ଗୁରୁବାର ଦିନ ଅପରାହ୍ନରେ ଝାଡଖଣ୍ଡ ମୁକ୍ତିମୋର୍ଚା ପକ୍ଷରୁ ସାରସକଣା ନିର୍ବାଚନ ମଣ୍ଡଳୀର କୁସୁମି ବ୍ଲକର୧୧ନମ୍ବର ଜୋନର ଝାଡଖଣ୍ଡ ମୁକ୍ତି ମୋର୍ଚାର କର୍ମି ସମ୍ମିଳନୀ ଓ ମହାମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ମୁକ୍ଣିମୋର୍ଚା ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନ, ରାଜ୍ୟ ଉପସଭାପତି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ର୍କେନ୍ଦ୍ରୀୟ କମିଟି ସଦସ୍ୟ ଦୁଵରାଜ ନାଗ,କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ଶ୍ୟାମ ସୁନ୍ଦର କିସ୍କୁ, ସନାତନ ମୁଣ୍ଡା, ରଣଜିତ ବାସ୍କେ , ସାଲୁ କିସ୍କୁ,ସେକ୍ ବବଲୁ ପ୍ରମୁଖ ଯୋଗ ଦେଇଥିଲେ । ଝାମୁମୋ ବ୍ଲକ ସଭାପତି ଯୋଗେଶ୍ୱର ପାତ୍ର ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନ କହିଥିଲେ ଝାଡଖଣ୍ଡ ମୁକ୍ତି ମୋର୍ଚା ମା\’, ମାଟି, ମାନୁଷ ପାଇଁ ଲଢୁଛି । ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉଛି ଝାମୁମୋ । ଦିର୍ଘ ୨୧ ଵର୍ଷ ଧରି ନବିନ ସରକାର ଶାସନ ଚଳାଇଲେ ମଧ୍ୟ ମୟୂରଭଂଜବାସୀଙ୍କର ଆର୍ଥିକ ଉନ୍ନତି ହୋଇ ନାହିଁ । ବେକାର ଯୁବକ/ଯୁବତୀଙ୍କ ହାତକୁ କାମ ନାହିଁ । ଏଅଂଚଳ ବାଦାମପାହାଡ, ସୁଲାଇପାଟ, ଗୋରୁମହିଷାଣୀର ଲୌହଖଣି ଅଂଊଳୟ ସ୍ଥାନୀୟ ଲୋକଙ୍କୁ ଯୋଗ୍ୟତା ଭିତ୍ତିକ କାମ ନାହିଁ । ମେସିନ କରୁଛି କାମ । ବିଜେପି ଆଛାଦିନ କହି ଦେଶର ଦରଦାମ ବୃଦ୍ଧି କରି ଗରୀବ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗରିବି ସଂଖ୍ୟା ହୁ ହୁ ବୃଦ୍ଧି ପାଉଛି । ଝାଡଖଣ୍ଡରେ ଗରିବି ଲୋକଙ୍କ ଭତ୍ତା ୧୦୦୦ଟଙ୍କା ।ଜାନୁଆରୀ ୨୬ରୁ ଦୁଇ ଚକିଆ ଯାନ ପାଇଁ ପେଟ୍ରୋଲଦର ୨୫ ଟଙ୍କା ହ୍ରାସ କରିବାକୁ ଯାଉଛି । ଶିଳ୍ପାୟନ ହୋଇଛି ଝାଡଖଣ୍ଡ,।ଗରୀବି ସଂଖ୍ୟା କମୁଛି । ତେଣୁ ଝାଡଖଣ୍ଡ ମୁକ୍ତି ମୋର୍ଚା ତ୍ରିସ୍ତରୀୟ ନିର୍ବାଚନରେ ଲଢୁଛି । ଯେଉଁ ପ୍ରାର୍ଥିମାନେ କି ଅଂଚଳବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ନେତୃବୃନ୍ଦ ସଭାରେ କହିଥିଲେ ।ଏହି ସଭାରେ ୨୦୦ରୁ ଉଦ୍ଧ୍ବ ଲୋକେ ଝାମୁମୋ ସଭାନେତ୍ରୀ ଅଂଜନି ସୋରେନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଝାଡଖଣ୍ଡ ମୁକ୍ତି ମୋର୍ଚା ଦଳରେ ସାମିଲ ହୋଇଥିଲେ । ଦଳର ନେତୃବୃନ୍ଦ ସେମାନଙ୍କୁ ଫୁଲମାଳ ଓ ଝାମୁମୋ ପତାକା ଉତ୍ତରୀୟ ଦିଆଯାଇ ସମ୍ବର୍ଧିତ କରାଯାଇଥିଲା । ଶେଷରେ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ ଇଂରାଜୀ ନବ ବର୍ଷ ଓ ପବିତ୍ର ମକର ସଂକ୍ରାନ୍ତୀ ଉପଲକ୍ଷେ ଅଂଚଳବାସୀଙ୍କୁ ଶୁଭେଛା, ଅଭିନନ୍ଦନ, ସୁଖ ଓ ଶାନ୍ତି କାମନା କରିଥିଲେ ।


