୧୧ରୁ ସରକାରୀ କର୍ମଚାରୀଙ୍କ ପାଇଁ ଗଡ଼ିପାରେ ବସ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବ ବସ୍‍ ସେବା । ଆସନ୍ତା ୧୧ ତାରିଖରୁ କଟକରୁ ଭୁବନେଶ୍ୱର ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସଡ଼କ ପରିବହନ ନିଗମ ପକ୍ଷରୁ ଓଏସଆରଟିସି ବସ ସେବା ଆରମ୍ଭ କରାଯିବ । ଏଥିପାଇଁ ଯାତ୍ରୀ ପିଛା ୩୦ ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି । ପରିବହନ ବିଭାଗର ଏହି ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଅନୁମୋଦନ କରିଛନ୍ତି । ସାମାଜିକ ଦୂରତା ରକ୍ଷା କରି ପରିବହନ ସେବା ଆରମ୍ଭ କରିବାକୁ ସରକାର ପ୍ରାଥମିକ ସ୍ତରରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ