୧୧,୦୦୦ଟଙ୍କା ଦାନ କଲେ ୧୧ବର୍ଷୀୟା ନାବାଳିକା
ପାଟନା : ଲଗାଣ ବର୍ଷା କାରଣରୁ ଏବେ ବିହାରର ପାଟନା ସହର ଅସ୍ତବ୍ୟସ୍ତ ହୋଇପଡ଼ିଛି । ·ରିଆଡ଼େ ପାଣି ଭରି ରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଲାଗି ରହିଥିବାରୁ କାନ୍ଥ ପଡ଼ି ବା ପାଣିରେ ବୁଡ଼ି ଅନେକ ଲୋକ ମୃତ୍ୟୁବରଣ କରୁଥିବାର ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ପରିସ୍ଥିତିକୁ କାବୁ କରିବା ସହ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିହାର ସରକାର ଚେଷ୍ଟା ଚଳାଇଥିବାବେଳେ ଜଣେ ୧୧ ବର୍ଷୀୟା ବାଳିକା କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକଙ୍କ ସମସ୍ୟା ବିଷୟରେ ଜାଣି ନାବାଳିକା ଜଣଙ୍କ ସଞ୍ଚୟ କରିଥିବା ୧୧,୦୦୦ଟଙ୍କା ପାଟନା ସାଂସଦଙ୍କୁ ଦାନ କରିଛନ୍ତିି । ନାବାଳିକାର ନାଁ ଶ୍ରେୟା ସିଦ୍ଧି ବୋଲି ଜଣାପଡି଼ଥିବାବେଳେ ଶ୍ରେୟା ନିଜ ବାପା ରାଜୀବ ରଞ୍ଜନଙ୍କ ସହ ଯାଇ ମେଧେପୁର ସାଂସଦ ପପୁ ଯାଦବଙ୍କୁ ୧୧,୦୦୦ଟଙ୍କା ହସ୍ତାନ୍ତର କରିଥିଲେ । ଯାହା ପରେ ସାଂସଦ ପପୁ ଯାଦବ ମିଳିଥିବା ଟଙ୍କାକୁ ନେଇ ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ୍ ପଠାଇଥିଲେ । ଶ୍ରେୟାଙ୍କ ଏଭଳି କାମ ବିଷୟରେ ବନ୍ୟା ପ୍ରପୀଡ଼ିତମାନେ ଜାଣିବା ପରେ ସେମାନେ ଶ୍ରେୟାଙ୍କୁ ଆର୍ଶୀବାଦ୍ ଦେବା ସହ ତାଙ୍କର ପ୍ରଶଂସା କରିଥିବା ଜଣାପଡ଼ିଛି ।