୧୧ ଆତଙ୍କୀ ବଦଳରେ ୩ ଭାରତୀୟଙ୍କୁ ଛାଡ଼ିଲା ତାଲିବାନ

ଆଫଗାନିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ତାଲିବାନ ବନ୍ଧକ ରଖିଥିବା ୩ ଜଣ ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିଛି। ଏହି ୩ ଜଣ ଭାରତୀୟଙ୍କ ବଦଳରେ ସଂଗଠନ ସୁରକ୍ଷାକର୍ମୀଙ୍କ କବଳରେ ଥିବା ୧୧ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଖଲାସ କରାଇବାରେ ସକ୍ଷମ ହୋଇଛି। ଅବଶ୍ୟ ଭାରତ ସରକାରଙ୍କ ପକ୍ଷରୁ ୩ ଜଣ ଭାରତୀୟ ତାଲିବାନ କବଳରୁ ଖଲାସ ହୋଇଛନ୍ତି ବୋଲି ଏଯାଏ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ହେଲେ ତାଲିବାନ ସଂଗଠନ ୩ ଜଣ ଭାରତୀୟଙ୍କୁ ଛାଡ଼ିଥିବା ଦାବି କରିଛି।  ଏହି ୩ ଜଣ ଭାରତୀୟ ଇଞ୍ଜିନିୟରଙ୍କୁ ଗତବର୍ଷ ତାଲିବାନ ପକ୍ଷରୁ ଅପହରଣ କରାଯାଇଥିଲା। ଗତକାଲି ଏହି ବନ୍ଦୀ ଅବଦଳ ବଦଳ କରାଯାଇଥିବା ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଖବର ପ୍ରକାଶ କରିଛି। ଦୁଇ ଜଣ ତାଲିବାନ ସଦସ୍ୟ ନିଜ ନାଁ ଗୋପନ ରଖି ଉକ୍ତ ଗଣମାଧ୍ୟମକୁ ଏହି ଖବର ଦେଇଛନ୍ତି। ହେଲେ ସେମାନେ ମୁକ୍ତ ପାଇଥିବା ଆତଙ୍କବାଦୀମାନେ ଆଫ୍‌ଗାନିସ୍ତାନ ପ୍ରଶାସନ ନା ଆମେରିକା ସୁରକ୍ଷାକର୍ମୀଙ୍କ କବଳରେ ଥିଲେ ସେକଥା କହିନାହାନ୍ତି। ୧୧ ଜଣ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଶେଖ ଅବଦୁର ରହିମ ଓ ମାୱଲାୱି ଅବଦୁର ରସିଦ ଭଳି ଟପ୍‌ ସଦସ୍ୟ ରହିଛନ୍ତି। ଏମାନେ କୁନାର ଓ ନିମରୋଜ ପ୍ରଦେଶରେ ତାଲିବାନର ମଙ୍ଗ ଧରିଥିଲେ। ତେବେ ୨୦୦୧ରେ ଆମେରିକା ସୁରକ୍ଷାକର୍ମୀମାନେ ଆଫଗାନିସ୍ତାନକୁ ଆସିବା ପରେ ସେମାନଙ୍କୁ କାବୁ କରାଯାଇଥିଲା। ଆଫଗାନିସ୍ତାନ ବାଘଲାନଠାରେ ଥିବା ଏକ ପାୱାର ପ୍ଲାଣ୍ଟରେ ୭ ଜଣ ଭାରତୀୟ ଇଞ୍ଜିନିୟର କାର୍ଯ୍ୟ କରୁଥିଲେ। ୨୦୧୮ ମସିହା ମେ’ ମାସରେ ଏମାନଙ୍କୁ କୌଣସି ସଂଗଠନ ଅପହରଣ କରିନେଇଥିଲା। ମାର୍ଚ୍ଚ ମାସରେ ଜଣେ ବ୍ୟକ୍ତି ମୁକ୍ତ ପାଇଥିଲେ। ତେବେ ଅନ୍ୟମାନଙ୍କର କୌଣସି ପତ୍ତା ମିଳି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ