୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ବଳଦ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ଫିଡରର ଅଲାରି ଗ୍ରାମ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ଗୋଟିଏ ବଳଦର ମୃତ୍ୟୁ ହୋଇଛି। ଏ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ମିଳିଥିବା ସୂଚନା ମୁତାବକ, ଏକ ଗଛ ପଡ଼ି ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିଲା। ସେତିକିବେଳେ ଅଲାରି ଗ୍ରାମର ପ୍ରଫୁଲ୍ଲ ଦିଗାଳଙ୍କ ବଳଦଟି ଚରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇ ଥିଲା। ଫଳରେ ଘଟଣାସ୍ଥଳରେ ବଳଦର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ କ୍ଷତି ପୂରଣ ପ୍ରଦାନ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ