୧୧ କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଟ୍ରକ ହେଲପର ଗୁରୁତର
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଥିବା ଗ୍ରୀଡ ଷ୍ଟେସନ ନିକଟରେ ଆଜି ଏକ ଟ୍ରକ ହେଲପର ୧୧ କେଭି ବିଦ୍ୟୁତ ସଂଷ୍ପର୍ଶରେ ଆସି ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ହେଲେ ଭଞ୍ଜନଗର ର ସମବାରିଆ ନାୟକ (୩୪) । ମିଳିଥିବା ସୂଚନା ମୁତାବକ ସମବାରିଆ କୌଣସି କାର୍ଯ୍ୟ ସକାଶେ ଏକ ଖାଲି ଟ୍ରକ ର ଟାଲା ଉପରକୁ ଚଢିଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଗୁରୁତର ଆହାତ ହୋଇଥିଲେ । ତାଙ୍କ ଦେହର ଅଧିକାଂଶ ପୋଡିଯାଇଛି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ କୁ ଅଣାଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।