ନିର୍ବନ୍ଧ ନୋହିଲା, ଅକାଳରେ ଚାଲିଗଲା ୯ ଜୀବନ

ବ୍ରହ୍ମପୁର,( (ମନୋଜ କୁମାର ସାହୁ) ; ଘରୁୂ ସମସ୍ତେ ହସ ଖୁସିରେ ବାହାରିଥିଲେ , କିଛି ଘଣ୍ଟା ପରେ ଚିକରଡାରେ ପହଞ୍ଚିଥାନ୍ତେ , ହୋଇଥାନ୍ତା ନିର୍ବନ୍ଧ, କିନ୍ତୁ ବାଟରେ ଛକି ରହିଥିଲା ମୃତ୍ୟୁ, ପରିବାର ବନ୍ଧୁବର୍ଗ ସହ ବେଶ ହସଖୁସୀର ସହ ବନ୍ଧୁ ବାନ୍ଧବ ସମସ୍ତେ ବାହାରିଥିଲେ ନିର୍ବନ୍ଧ ପାଇଁ.କିନ୍ତୁ ଦଇବର ବିଧାନ କିଛି ଅଲଗା ,କେହି କିଛି ଭାବିବା ପୁର୍ବରୁ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା । ସମସ୍ତେ ବ୍ରହ୍ମପୁର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ଚିକରଡାକୁ ନିର୍ବନ୍ଧ ପାଇଁ ଯାଉଥିଲେ ଏକ ଘରୋଇ ବସ ସିଲକି ସିଟିରେ । ମେଣ୍ଡରାଜପୁର ଗାଁ ରାସ୍ତାରେ ଗାଡି ଚକା ଗଡି ଗଡି ଚାଲିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସ୍ପର୍ଷରେ ଆସିଥିଲା ବସ୍ ଏହା ପରେ ହଠାତ୍ ବସଟି ଜଳିଉଠିଥିଲା । ଗାଡିରେ ଥିବା ସମସ୍ତେ ଆତ୍ମବିକଳରେ ପ୍ରାଣ ରକ୍ଷା ନିମନ୍ତେ ଚିତ୍କାର କରିବା ସହ ପ୍ରାଣ ବିକଳରେ ବଞ୍ଚିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ବସରେ ୧୧ କେଭି ତାର ଲାଗିଥିବାରୁ ଗ୍ରାମ ବାସୀ ଦମକଳ ବାହିନୀ କୁ ଖବର ଦେଇଥିଲେ ଖବର ପାଇ ଦମକଳ ବାହିନୀ ଓ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଡ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ସମସ୍ତ ଆହାତ ମାନଙ୍କୁ ବ୍ରହ୍ମପୁର ବଡ ମେଡକାଲରେ ଚିକିତ୍ସିତ କରାଯାଉଥିବା ବେଳେ ୯ ଜଣ ଗୁରୁତର ଆହାତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଅନ୍ୟ ପଟେ ବହୁ ଗୁରୁତର ଆହାତ ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ମ ିଳିଥିବା ମୃତକ ମାନଙ୍କ ପରିଚୟ ବି ରାମେୟା, ବି ଆଚୁଲୁ, ସି ଏଚ୍ କାମରାଜୁ, ବି ତାରଣେୟା, କେ ସଞ୍ଜୁ, ବି ମୋହିନୀ, ବି କାନକାଆମ୍ମା, ସନ୍ତୋଷୀ ସାହୁ ଏବଂ ବି ତାରିଣୀ ବୋଲି ଜଣାପଡିଛି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳିକା ରହିଥିବା ଜଣାପଡିଛି । ଅନ୍ୟ ପଟେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ଲୋମଟାଙ୍କୁରା ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ମୃତକ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ଜଣାପଡିଛି । ଅନ୍ୟ ପଟେ ଏଭଳି ଏକ ଦୁଖଦ ଖବର ଶୁଣୀ ସଂଗେ ସଂଗେ ବିଳମ୍ଭ ନକରି ଗଂଜାମ ଜିଲ୍ଲାପାଳ ବିଜୟ ଅମୃୃତ କୁଲାଙ୍ଗେ, ଉପଜିଲ୍ଲାପାଳ ସନ୍ଧେ ଦତ୍ତତ୍ରାୟ, ଏସପି ପିନାକ ମିଶ୍ର,ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହି,ଚନ୍ଦ୍ରଶେଖର ସାହୁ ମେଡିକାଲରେ ପହଞ୍ଚି ଆହାତ ମାନଙ୍କୁ କିଭଳି ଭାବରେ ଶିଘ୍ର ଚିକିତ୍ସା କରିବା ସହ ପ୍ରାଥମିକତା କ୍ଷେତ୍ରରେ ସମସ୍ତ ସୁବିଧା କିପରି ଯୋଗାଇ ଦିଆଯିବ ଓ ଉତ୍ତମ ଚିକିତ୍ସା କିପରି କରାଯାଇପାରିବ ସେ ଉପରେ ତଦାରଖ କରିଥିବା ବେଳେ ଏହି ଘଟଣାରେ ପରିବାର ଓ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟ ପଟେ କିଭଳି ୧୧ କେଭି ଯାତ୍ରା କରୁଥିବା ଉଚତା ଠାରୁ କମ ଦୁରତାରେ ରହିଥିବା ବିଦ୍ୟୁତ ତାର ସ୍ପଶର୍ଷରେ ବସ ଆସିଲା କିଭଳି , ବିଦ୍ୟୁତ ବିଭାଗର କୈାଣସି ଭୁଲ କାରଣରୁ ଏଭଳି ଛଟପଟ ହୋଇ ନିରିହ ଜୀବନ ଚାଲିଯାଇଥିଲା ନା ଆଉ କିଛି କାରଣ ରହିଛି ତେବେ ଏଥିପାଇଁ ଦାୟୀ କିଏ ତାହା ଏବେ ସବୁ ଠାରୁ ବଡ ପ୍ରଶ୍ନ ବାଚୀ ଉଙ୍କି ମାରିଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ