୧୧ କେ.ଭି. ବିଦ୍ୟୁତ୍ ତାର ଚୋରି ଉଦ୍ୟମ ୧୭ ଘଣ୍ଟା ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ

ବରଗଡ଼,(ତୁଳସୀ ଚରଣ ଦାଶ): ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ଦାଡଙ୍ଗାପାଲି ଗ୍ରାମ ନିକଟରେ ଗତ ବୁଧବାର ୭ ମଇ, ୨୦୨୫ ରାତିରେ ଏକ ଗୁରୁତର ବିଦ୍ୟୁତ୍ ଚୋରି ଉଦ୍ୟମ କରାଯାଇଥିଲା । ଏହି ଅପରାଧିକ କାର୍ଯ୍ୟରେ ଲିପ୍ତିଥିବା ଦୁର୍ବୃତ୍ତମାନେ ୧୬ଗୋଟି ବିଦ୍ୟୁତ୍ ଖୁଣ୍ଟରୁ ବିଦ୍ୟୁତ୍ ତାର ସବୁ କାଟି ନେଇଯିବାକୁ ଉଦ୍ୟମ କରିଥିଲେ । ମାତ୍ର ବିଦ୍ୟୁତ୍ ବିଭାଗର ନାଇଟ୍ ପାଟ୍ରୋଲିଂ ଦଳ ତଥା ସ୍ଥାନୀୟ ବାସିନ୍ଦା ପ୍ରଚେଷ୍ଟା ଯୋଗୁଁ ଦୁର୍ବୃତ୍ତମାନଙ୍କ ଏହି ଅପରାଧିତ କାର୍ଯ୍ୟ ପଣ୍ଡ ହୋଇଥିଲା । ବିଦ୍ୟୁତ୍ ତାର ଗୁଡ଼ିକୁ ଦୁର୍ବୃତ୍ତମାନେ କାଟି ଦେବା ଫଳରେ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟିଥିଲା ଏବଂ ଅନେକ ଗାଁରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିଲା । ସୂଚନାଥାଉ କି, ଏହି ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ପ୍ରାୟ ୭୫ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରଭାବିତ ହୋଇଥିଲା । ଯାହା ଫଳରେ ଖାରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୁଲଧର, ଲାଣ୍ଡିଜୁରୀ, ଜୁନାପାଣି, ଘନଘାଟି, ବେଲବାହାଲି, ନିରାଲପଡ଼ା, ରୁଣିପାଲି, ଗଡଗଡଦଲା, ଆର୍ଥାନପଡ଼ା, ଚୁନଭାଟିପଡ଼ା, ଟିକିରାପଡ଼ା ଏବଂ ଜୁନାନି ଗ୍ରାମର ପ୍ରାୟ ୭୦୦ ଗ୍ରାହକଙ୍କ ଘରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲା ।
ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ଟିପିଡବ୍ଲ୍ୟୁଓଡିଏଲ୍ର ଉତ୍ସର୍ଗୀକୃତ କ୍ଷେତ୍ର ରକ୍ଷଣାବେକ୍ଷଣ ଦଳ ଦ୍ୱାରା ନିରନ୍ତର ପ୍ରୟାସ ଯୋଗୁଁ ପ୍ରାୟ ୧୭ ଘଣ୍ଟା ମଧ୍ୟରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ଗତକାଲି ଗୁରୁବାର ୦୮. ୦୫. ୨୦୨୫ ରିଖ ସନ୍ଧ୍ୟାରେ ବିଦ୍ୟୁତ୍ ସେବା ପୁନଃସ୍ଥାପିତ କରାଯାଇପାରିଥିଲା । ତେବେ ଏହି ଘଟଣା ନେଇ ନିକଟସ୍ଥ ଆତାବିରା ଥାନାରେ ଏକ ମାମଲା ଦାୟର କରାଯାଇଛି ଏବଂ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ସମସ୍ତ ଗ୍ରାହକ ତଥା ପଶ୍ଚିମ ଓଡ଼ିଶାର ଜନସାଧାରଣମାନଙ୍କୁ ପୁନଃ ଅନୁରୋଧ କରାଯାଉଅଛି ଯେ, ଯଦି କୌଣସି ବିଦ୍ୟୁତ୍ ଭିତ୍ତିଭୂମି ନିକଟରେ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଆପଣମାନଙ୍କ ନଜିରକୁ ଆସେ, ତେବେ କମ୍ପାନୀର ଟୋଲ୍-ଫ୍ରି ନମ୍ବର: ୧୮୦୦-୩୪୫୬-୭୯୮କିମ୍ବା ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ତୁରନ୍ତ ରିପୋର୍ଟ କରନ୍ତୁ । ଚୋରି ଏବଂ ବିଦ୍ୟୁତ୍ ଭିତ୍ତିଭୂମି ଭଙ୍ଗାରୁଜା କାର୍ଯ୍ୟ କେବଳ ଅତ୍ୟାବଶ୍ୟକ ବିଦ୍ୟୁତ୍ ସେବାକୁ ବାଧାପ୍ରାପ୍ତ କରେ ନାହିଁ ବରଂ ଜନସାଧାରଣଙ୍କ ପାଇଁ ଗମ୍ଭୀର ସୁରକ୍ଷା ବିପଦ ମଧ୍ୟ ସୃଷ୍ଟି କରେ । ଟିପିଡବ୍ଲ୍ୟୁଓଡିଏଲ୍ ଏହାର ପକ୍ଷରୁ ସମସ୍ତ ଗ୍ରାହକ ତଥା ପଶ୍ଚିମ ଓଡ଼ିଶାର ଜନସାଧାରଣମାନ ନିରବଚ୍ଛିନ୍ନ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ