୧୧ ଟି ଆନ୍ତର୍ଜାତିକ ବିମାନର ୩୪୭୬ ଜଣ ଯାତ୍ରୀଙ୍କୁ ଯାଞ୍ଚ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କୋଭିଡ୍ -୧୯ ର ନୂତନ ଭାବରେ ଚିହ୍ନଟ ହୋଇଥିବା ଭାରିଆଣ୍ଟର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଭାବରେ, କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବାର ପ୍ରଥମ ଦିନରେ ଛଅ ଜଣ ଯାତ୍ରୀ କୋଭିଡ୍ ପଜିଟିଭ୍ ଥିବା ଜଣାଯାଇଛି। ଏହି ନୂତନ ଭାରିଆଣ୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଭାରିଆଣ୍ଟ ଅଫ୍ କନ୍ସର୍ଣ୍ଣ (ଭିଓସି) ଭାବରେ ବିବେଚିତ କରାଯାଇଛି। ‘‘ବିପଦ ରହିଥିବା’’ ଦେଶରୁ ଲକ୍ଷ୍ମୌକୁ ଛାଡ଼ି ବିଭିନ୍ନ ଏୟାରପୋର୍ଟରେ ୧୧ ଟି ଆନ୍ତର୍ଜାତିକ ବିମାନ ପହଞ୍ଚିଛି। ଏଥିରେ ସମୁଦାୟ ୩୪୭୬ ଜଣ ଯାତ୍ରୀ ରହିଛନ୍ତି। ସମସ୍ତ ୩୪୭୬ ଜଣ ଯାତ୍ରୀଙ୍କର ଆରଟି ପିସିଆର ପରୀକ୍ଷା କରାଯାଇଛି ଏବଂ ମାତ୍ର ୦୬ ଜଣ ଯାତ୍ରୀଙ୍କ ଠାରେ କୋଭିଡ୍- ୧୯ ପଜିଟିଭ୍ ଥିବା ଜଣାଯାଇଛି। କୋଭିଡ୍ ୧୯ ପଜିଟିଭ୍ ଯାତ୍ରୀଙ୍କର ନମୁନାକୁ ଆଇଏନଏସଏସିଓଜି ଲ୍ୟାବକୁ ସମ୍ପୂର୍ଣ୍ଣ ଜେନୋମିକ୍ ସିକୁଏନ୍ସିଂ ପାଇଁ ପଠାଯାଇଛି। ଭାରତ ସରକାର ପରିବର୍ତ୍ତିତ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଓ ଏହି ମହାମାରୀ ବିପକ୍ଷରେ ସଂଗ୍ରାମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ