୧୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳୀଙ୍କ ଯୋରଦାର ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳୀ ବସ୍ତିଆ ତାଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ସେ ଘରକୁ ଘର ବୁଲି ନିର୍ବାଚନୀ ପ୍ରଚାର କରିବା ସହ ଭୋଟଭିକ୍ଷା କରୁଛନ୍ତି । ଏହି ୱାର୍ଡରେ ମହିଳା ଓ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ସେ ବେଶ ଆଦୃତ ହୋଇଥିବା ଦେଖାଯାଇଛି । ନିର୍ବାଚନ ପ୍ରଚାର ସମୟରେ ଶ୍ରୀମତୀ ବସ୍ତିଆ ବୟସ୍କମାନଙ୍କ ଠାରୁ ଆଶ୍ରିର୍ବାଦ ନେଉଥିବା ଦେଖିବାକୁ ମିଳିଥିଲା । ପୁଷ୍ପାଞ୍ଜଳୀଙ୍କ ସ୍ୱାମୀ ହିରଣ୍ୟ କୁମାର ପଣ୍ଡା ଏହି ୱାର୍ଡର କାଉନସିଲର ଥିଲେ । ସେ ତାଙ୍କ ସମୟରେ ୱାର୍ଡର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । ସ୍ୱାମୀଙ୍କ ଅଧୂରା ସ୍ୱପ୍ନକୁ ସାକାର କରିବା ପାଇଁ ପୁଷ୍ପାଞ୍ଜଳୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଅବସରରେ ଶ୍ରୀମତୀ ବସ୍ତିଆ କହିଛନ୍ତି ଯେ ଏହି ୱାର୍ଡରେ ସହରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ କରାଯିବା ସହ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରାଯିବ । ୱାର୍ଡର ପ୍ରତି ଗଳି କନ୍ଦିରେ ରାସ୍ତାଘାଟର ଉନ୍ନତିକରଣ ମଧ୍ୟ କରାଯିବ । ମଶାଙ୍କ ଉପଦ୍ରବ ଯୋଗୁଁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ମୁଁ ପ୍ରାଧାନ୍ୟ ଦେବି ବୋଲି ଶ୍ରୀମତୀ ବସ୍ତିଆ କହିଛନ୍ତି । ଏହି ୱାର୍ଡର ଖଡିଅଙ୍ଗ, ଜୟୀପୁରା, ପୁରୁଣା ମଟର ଷ୍ଟାଣ୍ଡ, କନିଆଯୋର, ମଢିଆଳ, ବଳଗଣ୍ଡି ପ୍ରଭୃତି ସ୍ଥାନରେ ସେ ଘରକୁ ଘର ବୁଲି ପ୍ରଚାର କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ଗୀତାଞ୍ଜଳି ସିଂହ, ସରସ୍ୱତୀ ସିଂହ, କାଞ୍ଚନବାଳା ସିଂହ, ମଧୁସ୍ମିତା ଭଗତ, ଲକ୍ଷ୍ମୀପ୍ରିୟା ସିଂହ, ସ୍ନିଗ୍ଧାରାଣୀ ସିଂହ, ସୀତା ଭୋଇ, ରଶ୍ମିତା ଦାସ, ଶୁଶିଳା ଦେବୀ, ଦୀପ୍ତିମୟୀ ପରିଡ଼ା, ଇଛାବତୀ ଶାହାଣୀ, ସେବତୀ ସେଠୀ, ସକୁନ୍ତଳା ମହାରଣା ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ