୧୧ ପରିବାରକୁ କୂଳରୁ ବାସନ୍ଦ ଅଭିଯୋଗ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଜିକା ସମାଜ ଯେତେ ଉନ୍ନତ ହେଲେବେ ବାସନ୍ଦ ଘଟଣା ଏହି ଦୁନିଆଁରୁ ଲିଭିବାରେ ନାମ ଥାପୁନି । ଏହି ବାସନ୍ଦ ଘଟଣା ଦିନକୁ ଦିନ ବଢିବାରେ ଲାଗୁଛି । ଏହିଭଳି ଏକ ଘଟଣା ଗଞ୍ଜାମ ବ୍ଲକରୁ ଆସିଛି । ରମ୍ଭା ଥାନା ନୁଆଁପଲ୍ଲୀ ଓ ପୋଇରାସୀ ଗ୍ରାମର ୧୧ଟି ପରିବାକୁ କୂଳରୁ ବାସନ୍ଦ ସମେତ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଥାନାରେ ନ୍ୟାୟ ନମିଳିବାରୁ ଶେଷରେ ଆଜି ଗଞ୍ଜାମ ଏସପି କାର୍ଯ୍ୟାଳୟରେ ଆସିଥିଲେ ଏହି ୧୧ ବାସନ୍ଦ ପରିବାରର ବହୁ ସଦଶ୍ୟ । ଏପରିକି କିଛି ଜଣକୁ ଜୋରିମନା ପକାଯାଇଥିବା କହିଥିଲେ । ସେମାନଙ୍କୁ ମାର୍ଚ୍ଚ ୨୮ ରୁ କୂଳରୁ ବାସନ୍ଦ କରାଯାଇଛି ବୋଲି କହିଥିଲେ । ଏହି ଦୁଇ ଗ୍ରାମର ଡି.କୃଷ୍ଣ ରେଡ୍ଡି, ଡି.ବନମାଳି ପ୍ରଧାନ, ପି.ଜଗନ୍ନାଥ ପ୍ରଧାନ,ଡି.ଇନ୍ଦ୍ରମଣି ପ୍ରଧାନ, କେ.ଭାସ୍କର ପ୍ରଧାନ,କେ.ଭିକାରୀ ପ୍ରଧାନ,ଡି.ନରସିହଂ ରେଡ୍ଡି , ଏସ.ରୁଷିଆ ରେଡ୍ଡି,ଡି.ଦପାଣି ରେଡି,ଡି.ଏରେୟା ପ୍ରଧାନ,କେ.ପୁରୁଷୋତମ ପ୍ରଧାନଙ୍କୁ କୂଳରୁ ବାସନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ସବୁ ପରିବାର ସଦଶ୍ୟମାନେ ଏସପିଙ୍କ ଅନୁପସ୍ଥିତିରେ ଡିଏସପି ଅଜୟ ମିଶ୍ର ଭେଟିଥିଲେ ସେଠାରେ ମଧ୍ୟ ରମ୍ଭା ଥାନା ଅଧିକାରୀୂ ରହିଥିଲେ । ଆଗାମି ଦିନରେ ରମ୍ଭା ଥାନାରେ ଦୁଇ ପକ୍ଷକୁ ନେଇ ଏକ ଆଲୋଚନା ବୈଠକ ଏହାର କିପରି ସମଧାନ ହୋଇପାରିବ କହିବା ପରେ ଏହି ବାସନ୍ଦ ପରିବାର ନିଜ ଗ୍ରାମକୁ ଫେରିଥିଲେ ।