୧୨ଜଣ ନାମରେ କେଶ,୨୦୦୦ହଜାର ଟଙ୍କା ଜୋରିମାନା ଆଦାୟ

ଶେରଗଡ଼,(ଦେବୀ ପ୍ରସାଦ ଦାଶ):ଶେରଗଡ଼ ପୋଲିସ ପକ୍ଷରୁ ଲକ ଡାଉନ ସମୟରେ ଚଢ଼ାଉ ଜାରି ରଖାଯାଇଛି।ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକ ରେ ପେଟ୍ରୋଲିଂ ଜାରି ରଖିଛନ୍ତି। ରବିବାର ଦିନ ଓ ସୋମବାର ଦିନ ଶେରଗଡ଼ ଲକ ଡାଉନ ଥିବା ବେଳେ ବାଇକ ଚାଳନା କରିଥିବା ୧୨ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।ଏବଂ ଜୋରିମାନା ଆକାରରେ ୨୦୦୦ ଟଙ୍କା ଆଦାୟ କରିଛି।ବ୍ୟାପକ ପେଟ୍ରୋଲିଂ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।ସେହିପରି ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଶେରଗଡ଼ କାଳିଆ ହୋଟଲ ଛକରେ ଚଢ଼ାଉ କରି କିଛି ବାଇକକୁ ତାଗିଦ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ