୧୨ରୁ ମିର୍ଜା ପୋଖରୀ ଚନ୍ଦନ ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :-ମହାମାରୀ କରୋନା ଯୋଗୁଁ ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା ମିର୍ଜା ପୋଖରୀ ଚନ୍ଦନ ଯାତ୍ରା ଚଳିତ ବର୍ଷ ଯାକଜମକ ହେଉଛି । ଆସନ୍ତା ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମକୁ ନେଇ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ବୋଲି ଉତ୍ସବ କମିଟିର ସଭାପତି ପଦ୍ମଲୋଚନ ଲେଙ୍କା ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀେ ସୂଚନା ଦେଇଛନ୍ତି । ଚଳିତବର୍ଷ କୋଭିଡ କଟକଣା ଉଠିଯାଇଥିବାରୁ ମାଣିଖମ୍ବ, ଗୋପାଳଗାଁ, ସୁଏଲପୁର ସମେତ ଆଖପାଖ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ଚନ୍ଦନଯାତ ଆୟୋଜନ ହେବାକୁ ଯାଉଥିବା ସେ କହିଛନ୍ତି । ପ୍ରତି ସଂଧ୍ୟାରେ ଶୋଭାଯାତ୍ରା ମଧ୍ୟରେ ରାଧାକୃଷ୍ଣ ବିଗ୍ରହଙ୍କ ନାବକୁ ଆଗମନ ଓ ନାବକେଳି ଅନୁଷ୍ଠିତ ହେବ । ସେହିପରି ପ୍ରଥମ ଓ ଦ୍ୱିତୀୟ ସଂଧ୍ୟାରେ ଭଜନ ଓ ଭକ୍ତିଗୀତର କାର୍ଯ୍ୟକ୍ରମ, ତୃତୀୟ ସଂଧ୍ୟାରେ ଡ୍ୟାନ୍ସ, ଚତୁର୍ଥ ଓ ପଞ୍ଚମ ସଂଧ୍ୟାରେ ସଙ୍ଗୀତ ବିଚିତ୍ରା ମେଲୋଡ଼ି ପ୍ରୋଗ୍ରାମ ଅନଷ୍ଠିତ ହେବ । ଚନ୍ଦନ ଯାତ ମେଳାରେ ଜିଲା ଓ ଜିଲା ବାହାରୁ ବହୁ ଦୋକାନୀ ଆସିବାକୁ ଜାଗା ଚିହ୍ନଟ କରିଥିବା ବେଳେ ପିଲାଙ୍କ ପାଇଁ ରାମଦୋଳି ବିଶେଷ ଆକର୍ଷଣ ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ ଶାନ୍ତିଶୃଙ୍ଖଳାର ସହ ଏବର୍ଷର ଚନ୍ଦନ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି, ଗିରିଜା ଶଙ୍କର ଦାସ, ସହକାରୀ ସଭାପତି ଅଶୋକ କୁମାର ତ୍ରିପାଠୀ, ସମ୍ପାଦକ ଅରୁଣ କୁମାର ସ୍ୱାଇଁ, ଉପ-ସମ୍ପାଦକ ବୀରେନ୍ଦ୍ର କର, ସହକାରୀ ସମ୍ପାଦକ ରୁଦ୍ରନାରାୟଣ ଦାସ, କୋଷାଧ୍ୟକ୍ଷ ସୌର୍ଯ୍ୟସୁନ୍ଦର ସେନ ପ୍ରମୁଖଙ୍କ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ