୧୨ଲକ୍ଷ ଟଙ୍କା ଠକେଇ ମାମଲାରେ ବିଜେଡି ନେତା ସଂପୃକ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୧୨ଲକ୍ଷ ଟଙ୍କା ଠକେଇ ମାମଲାରେ ଜନୈକ ଛାତ୍ର ବିଜେଡି ନେତା ସଂପୃକ୍ତ ଥିବାରୁ ପୋଲିସର ଉଦାସୀନତା ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତଗୁଲନଗର ଗ୍ରାମର କେଦାର ସେଠୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ଅନୁ୍‌ଯାୟୀ ତାଙ୍କୁ ୨ଗୁଣ୍ଠ ଜମି ୧୨ଲକ୍ଷ ଟଙ୍କାରେ ବିକ୍ରୀ କରିବାକୁ କହି ବଣିଆମାଳ ଗ୍ରାମର ରାଜେନ୍ଦ୍ର କୁମାର ରାଉତରାୟଙ୍କ ପତ୍ନୀ ଜୟନ୍ତୀ ଲେଙ୍କା ଓ ତାଙ୍କ ପୁଅ ସ୍ୱରୂପ ରାଉତରାୟ ପ୍ରଥମ କିସ୍ତିରେ ଗତ ୨୦୧୭ମସିହା ଅପ୍ରେଲମାସ ୪ତାରିଖରେ ୩ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । ପରେ ବିଭିନ୍ନ କିସ୍ତିରେ ଆଉ ୯ଲକ୍ଷ ଟଙ୍କା ଏପରି ମୋଟ ୧୨ଲକ୍ଷ ଟଙ୍କା ନେଇଥିଲେବି କେଦାରଙ୍କୁ ଜମି ଦେଇନଥିଲେ । ଏସମ୍ପର୍କରେ କେଦାର ବାରମ୍ବାର ସେମାନଙ୍କ ବଣିଆମାଳସ୍ଥିତ ବାସଭବନକୁ ବାରମ୍ବାର ଦୈାଡି ଦୈାଡି ନୟାନ୍ତ ହୋଇଥିଲେବି ଉଭୟ ଅଭିଯୁକ୍ତ ଜମି କିମ୍ବା ଟଙ୍କା ଦେଇନଥିଲେ । କେଦାରଙ୍କ ପତ୍ନୀ ପୁଷ୍ପଲତା କର୍କଟ ରୋଗରେ ଆକ୍ରାନ୍ତ ହୋଇ ପଡିବାରେ ତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡିଥିଲା । ତେଣୁ କେଦାର ଉଭୟ ଅଭିଯୁକ୍ତଙ୍କ ଘରକୁ ଯାଇ ସେ ଜମି ନେବା ପାଇଁ ପ୍ରଦାନ କରିଥିବା ୧୨ଲକ୍ଷ ଟଙ୍କା ତାଙ୍କୁ ଯଥାଶୀଘ୍ର ଫେରସ୍ତ କରିବାକୁ ଉଭୟ ଅଭିଯୁକ୍ତଙ୍କୁ ଅନୁରୋଧ କରିଥିଲେ । ଏହାପରେ ଜୟନ୍ତୀ ଭାରତୀୟ ଷ୍ଟେଟବ୍ୟାଙ୍କର ଏକ ୯ଲକ୍ଷ ଟଙ୍କାର ଚେକ ଓ ସ୍ୱରୂପ ଏଚ.ଡି.ଏଫ.ସି. ବ୍ୟାଙ୍କର ଏକ ୩ଲକ୍ଷ ଟଙ୍କାର ଚେକ କେଦାରଙ୍କୁ ଦେଇଥିଲେ । କିନ୍ତୁ କେଦାର ଉଭୟ ଚେକକୁ ତାଙ୍କ ବ୍ୟାଙ୍କ ପାସବୁକରେ ଜମା କରିଥିଲେ ମଧ୍ୟ ଉଭୟ ଚେକ ବାଉନସ ହୋଇ ଫେରି ଆସିଥିଲା । ଏସମ୍ପର୍କରେ କେଦାର ଯାଇ ସେମାନଙ୍କୁ ଜଣାଇବା ପରେ ଜୟନ୍ତୀ ଏନେଇ ବ୍ୟସ୍ତ ନହେବାକୁ କହିବା ସହ କେଦାରଙ୍କ ଘରକୁ ଯାଇ ତାଙ୍କ ୧୨ଲକ୍ଷ ଟଙ୍କା ଦେଇ ଆସିବେ ବୋଲି କହିଥିଲେ । କିନ୍ତୁ ଗତ ୨୦୨୨ମସିହା ଡିସେମ୍ବରମାସ ୧୮ତାରିଖ ରାତିରେ କେଦାର ଘରକୁ ଫେରୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ଉଭୟ ଜୟନ୍ତୀ ଓ ତାଙ୍କ ପୁଅ ସ୍ୱରୂପ ତାଙ୍କୁ ଅଟକାଇ ମରଣାନ୍ତଙ୍କ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିବା ଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ତାଙ୍କ ପକେଟରେ ଥିବା ନଗଦ ୧୮ଶହ ଟଙ୍କା ଛଡେଇ ନେଇଥିବା କେଦାର ଥାନାରେ ଅଭିଯୋଗ କରିଥିଲେ । ଏନେଇ ସଦର ଥାନାରେ ଗତ ତା ୨୪.୧୨.୨୦୨୨ରିଖରେ ୫୯୨/୨୦୨୨ରେ ଆଇ.ପି.ସି. ର ୩୪୧,୨୯୪,୫୦୬, ୩୨୩, ୩୭୯, ୩୦୭ ଓ ୩୪ଦଫାରେ ଏବଂ ଅନୁସୂଚିତ ଜାତି ଜନଜାତୀ ନିର୍ଯ୍ୟାତନା ନିବାରଣ ଆଇନ ୩(୧)(ଆର), ୩(୧)(ଏସ), ୩(୨)(ଭିଏ)ରେ ପୋଲିସ ମାମଲା ରୁଜୁ କରିଛି । କିନ୍ତୁ ସ୍ୱରୂପ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ହୋଇଥିବାରୁ ପୋଲିସ ଏଭଳି ସଂଗିନ ମାମଲାରେ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା କିମ୍ବା ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରୁନଥିବା କେଦାର ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସଦର ଥାନା ଅଧିକାରୀ ପବିତ୍ର ମହାରଣାଙ୍କୁ ପଚାରିବାରେ ସେ କୁହନ୍ତି ଯେ ଏସ.ସି. ଏସ.ଟି. ମାମଲା ହୋଇଥିବାରୁ ଏସଡିପିଓ ଏହି ଘଟଣାର ତଦନ୍ତ କରୁଛନ୍ତି । ଅଭି÷ଯାଗକାରୀ ଶ୍ରୀ ସେଠୀ କୁହନ୍ତି ଯେ ଶାସକ ଦଳର ହୋଇଥିବାରୁ ଏଭଳି ସଂଗୀନ ମାମଲାର ଅଭି୍‌ୁକ୍ତଙ୍କୁ ପୋଲିସ ଗିରଫ କରୁନାହିଁ । ସେ ବାଧ୍ୟ ହୋଇ ନ୍ୟାୟ ପାଇବା ନିମନ୍ତେ ସପରିବାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ