୧୨୦ ମିଶନ ଫେଲର କାରଣ ଖୋଜୁଛି ବିଜେପି !

କାହିଁକି ଓଡିଶାରେ ଫେଲ ମାରିଲା ବିଜେପିର ୧୨୦ ମିଶନ । ତାକୁ ନେଇ ରାଜ୍ୟ ବିଜେପି ପାର୍ଟି ଅଫିସରେ ପୋଷ୍ଟମର୍ଟମ କରୁଛି । ଚଳିତ ସାଧାରଣ ନିର୍ବାଚନରେ ଫଳାଫଳକୁ ନେଇ ଓଡିଶା ପ୍ରଭାରୀ ଅରୁଣ ସିଂଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ନେତା ଓ ପାର୍ଥୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରୁଛି । ଏଥିରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ସଭାପତି ବସନ୍ତ ପଣ୍ଡା , ରଷ୍ଟ୍ରିୟ ଉପସଭାପତି ବୈଜ୍ୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଚାଲିଛି ବୈଠକ । ସୁଚନା ଥାଉକି , ଚଳିତ ସାଧାରଣ ନିର୍ୱାଚନରହେ ବିଜେପି ବିଧାନସଭାରେ ୨୩ଟି ଆସନରେ ଜିତିଥିବାବେଳେ ଲୋକସଭାରେ ୮ଟି ଆସନରେ ବିଜୟ ଲାଭ କରିଛି । ଚଳିତ ଥର ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସୁଛି ବିଜେପି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ