୧୨୦ ସଫେଇ କର୍ମଚାରୀଙ୍କ ପରିବାରକୁ ବିଜେଡି ମହିଳା ସଭାନେତ୍ରୀ ମାସ୍କ,ସାନିଟାଇଜର ଓ ରନ୍ଧାଖାଦ୍ୟ ପ୍ରଦାନ କଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ୧ନଂ ୱାର୍ଡରେ ରହୁଥିବା ୧୨୦ ସଫେଇ କର୍ମଚାରୀଙ୍କ ପରିବାରକୁ ବିଜେଡି ମହିଳା ସଂଗଠନର କାର୍ଯକାରୀ ସଭାନେତ୍ରୀ ସଂଜୁକ୍ତା ବେହେରା ମାସ୍କ,ସାନିଟାଇଜର,ରନ୍ଧାଖାଦ୍ୟ ଓ ଫଳ ପ୍ରଦାନ କରିଛନ୍ତି । ଆଜି ସକାଳ ସମୟରେ ସଫେଇ କର୍ମଚାରୀଙ୍କ ପରିବାରକୁ ଏସବୁ ପ୍ରଦାନ କରାଯାଇଛି । କରୋନା ଆତଙ୍କରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରିବା ପାଇଁ ସୁରକ୍ଷା ମଣୁନଥିବା ବେଳେ ସଫେଇ କର୍ମଚାରୀମାନେ ନିଜ ଜୀବନ ପ୍ରତି ବିପଦ ଥିବା ଜାଣି ସୁଦ୍ଧା ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା ଦେଇ ସହରକୁ ସଫାସୁତରା ରଖୁଛନ୍ତି । ସଫେଇ କର୍ମଚାରୀଙ୍କ ଏହି ଅବଦାନ ଅତୁଳନୀୟ ବୋଲି ବିଜେଡି ମହିଳା ସଂଗଠନର କାର୍ଯକାରୀ ସଭାନେତ୍ରୀ ସଂଜୁକ୍ତା ବେହେରା ପ୍ରକାଶ କରି ସେମାନଙ୍କୁ ପ୍ରଶଂସା କରି ପାରଳାଖେମୁଣ୍ଡି ସହରର ୧ନଂ ୱାର୍ଡରେ ରହୁଥିବା ୧୨୦ ସଫେଇ କର୍ମଚାରୀଙ୍କ ପରିବାରର ଘରକୁ ଘର ବୁଲି ମାସ୍କ,ସାନିଟାଇଜର,ରନ୍ଧାଖାଦ୍ୟ ଓ ଫଳ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ରାମନାଥ ମିଶ୍ର,ଅନ୍ୟତମ ମହିଳା ନେତ୍ରୀ ଭାରତୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।