୧୨୧ ବର୍ଷଧରି ପାଳିତ ହେଉଛି ସାଇଁକୁଳାର ଦୋଳ ଉତ୍ସବ
ଉଦଳା, (ରାଜୀବ ବେହେରା) : ୧୨୧ ବର୍ଷ ଧରି ପାଳିତ ହେଉଛି ସାଇଁକୁଳା ଦୋଳ ଉତ୍ସବ l ଆଜି ସମସ୍ତଙ୍କ ମନରେ ଖୁସି, କାରଣ ଏବର୍ଷ ର ଖୁସି ପରେ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ହୁଏ, ତେଣୁ ପୁରା ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଛି, ସମସ୍ତେ ଆନନ୍ଦର ସହିତ ଏହି ଶୋଭାଯାତ୍ରା ରେ ଭାଗ ନେଇ ଠାକୁରଙ୍କୁ ଦୋଳ ମଣ୍ଡପ ନିକଟକୁ ପାଛୋଟି ନେଉଛନ୍ତି l ହରି ନାମ ସଂକୀର୍ତନ, ହୁଳା ହୁଳୀ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୀନ ସାଇଁକୁଳା ଦୋଳ ପଡିଆ ରେ ଚାଲିଛି ଦୋଳ ଉତ୍ସବ । ପୁରା ଦୋଳ ପଡିଆ ଆଜି ଜନ ସମୁଦ୍ର ହୋଇଛି l ବର୍ଷକ ରେ ଥରେ ଏହି ପର୍ବ ୭ ଦିନ ଧରି ଅନୁଷ୍ଠିତ ହୋଇ ଥାଏ, କାରଣ ୭ ଠାକୁର ମେଢ଼ରେ ବିରାଜିତ ହୋଇ ଥାନ୍ତି l ଏହି ଦୋଳଯାତ୍ରା ୧୦୫ ମସିହା ଠାରୁ ଆରମ୍ଭ ହୋଇ ଆଜି ଦୀର୍ଘ ୧୨୧ ବର୍ଷରେ ପଦାର୍ପଣ କରିଛି l ଦୋଳ ଯାତ୍ରାରେ ପ୍ରଥମ ବଡ ଠାକୁର ସମୋରାୟ ଠାକୁର ଏବଂ ପରେ ଅନ୍ୟ ଠାକୁର ମାନେ ଦୋଳ ମଣ୍ଡପରେ ବିରାଜିତ ହୋଇ ଥାନ୍ତି ଯେଉଁ ଦୃଶ୍ୟ କୁ ଦେଖିବାକୁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳେ, ସମସ୍ତେ ଦୋଳ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିବା ସହିତ କରିଥିବା ମାନସିକ ପୂଜା ମଧ୍ୟ ଠାକୁରଙ୍କ ନିକଟରେ ଭକ୍ତିର ସହିତ ପୂଜା ଭୋଗ ଲଗାଇ ଖୁସି ହୋଇଥାନ୍ତି ଏବଂ ପ୍ରଭୁଙ୍କୁ ଦର୍ଶନ କରି ନେତ୍ର ପବିତ୍ର କରିଥାନ୍ତି ଯାହା ନିଆରା, ସତେ ଯେମିତି ଭକ୍ତ ଆଉ ଭଗବାନ ଙ୍କ ଭିତରେ ଏହା ଏକ ମିଳନର ପର୍ବ, ଭକ୍ତ ଭଗବାନଙ୍କ ଏହି ସମ୍ପର୍କ ପୂର୍ବ ପୁରୁଷରୁ ଚାଲି ଆସିଛି, ସେଥିପାଇଁ ଆଜିର ପିଢ଼ି ଏବଂ ପରବର୍ତୀ ପିଢ଼ି ଏହି ପରମ୍ପରା ବଜାୟ ରଖିବେ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l ଦୋଳ ରେ ମୁଖ୍ୟ ଆକର୍ଷଣ ଏହି ଦୋଳ ମଣ୍ଡପକୁ ଗୋଟେ ଦିନରେ ରାଧା ମାଧବ ଙ୍କ ଦୋଳ ବୀମାନ ଧାଡି ଧାଡି ହୋଇ ସଭା ହେବା ଭଳି ଠାକୁର ମାନେ ବିମାନରେ ପୂଜା ପାଇଥାନ୍ତି ଯେଉଁ ଦୃଶ୍ୟ ଲାଗେ ଯେପରି ଦୋଳ ମଣ୍ଡପ ରେ ଦେବତା ମାନଙ୍କ ର ସଭା ଚାଲିଛି , ଆଲୋକ ମାଳା ସାଙ୍ଗକୁ ଭକ୍ତ ଙ୍କ ଭିଡ ଆଉ ବିମାନରେ ଠାକୁର ଙ୍କ ଆଗମନ ଆଧ୍ୟାତ୍ମିକ ପରିବେଶ ଭିତରେ ବେଶ ମୋନହର ହୋଇ ଛି l ଦୂର ଦୁରାନ୍ତରୁ ଲୋକଙ୍କ ଭିଡ ମଧ୍ୟ ଲାଗିଥାଏ l ଏହି ଦୋଳ ଯାତ୍ରା ପଡିଆରେ ଗୋଟାଏ ଦିନ ବାଉଁଶ ଏବଂ କାଠ ରେ ତିଆରି ଘୋରଇ ଉପକରଣ ମାନ ଯଥା – ପାଛିଆ, କୁଲା, ଡୋଲା ଭଳି ଭଳି କି ଭଳି ଜିନିଷ ଏହି ଦିନ ଏହି ସାଇଁକୁଳା ଦୋଳ ରେ ବିକ୍ରି ହୋଇଥାଏ, , ଅନ୍ୟ କୌଣସି ମେଳାରେ ଦେଖିବାକୁ ମିଳେ ନାହିଁ,ଯାହା ନିଆରl l ଏଥି ସହିତ ଏକ ବିରାଟ ଠାକୁର ମାନଙ୍କ ମେଳା ଲାଗିଥାଏ,ଏହି ମେଳାରେ ବିଭିନ୍ନ ପ୍ରାନ୍ତରୁ ଠାକୁର ମାନେ ବୀମାନ ଯୋଗେ ପୁଷ୍ପ, ଧୂପ ଦୀପ, ଭୋଜନ, କୀର୍ତନ ଏବଂ ରଙ୍ଗ ବେରଙ୍ଗ ର ଆଲୋକ ର ସାଜ ଶଯ୍ୟା ରେ ଦୋଳ ମଣ୍ଡପ ସମ୍ମୁଖରେ ଧାଡି ଧାଡି ହୋଇ ପୂଜା ପାଉଛନ୍ତି l ଅନୁଷ୍ଠିତ ପର୍ବକୁ ଧୁମ ଧାମର ସହିତ ପାଳନ କରା ଯାଇଥାଏ l ୧୨୧ ବର୍ଷରେ ପଦାର୍ପଣ କରିଥିବା ଏହି ଦୋଳ ଉତ୍ସବ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ଦୋଳ ରେ ଦୋଳ ମଣ୍ଡପ ସହିତ ମୁଖ୍ୟ ଆକର୍ଷଣ ମୀନାବଜାର । ବିମାନରେ ଠାକୁରଙ୍କ ଦର୍ଶନ କରିବା ସହ ମୀନାବଜାରରେ ଘରକରଣ ଜିନିଷ କିଣିବାକୁ ଲୋକଙ୍କ ବେଶ ଭିଡ଼ ଲାଗିଛି l