୧୨୩ ତମ ନେତାଜୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡା – କେନ୍ଦ୍ରାପଡା ସହର ଉପକଣ୍ଠ ସୁଜାନଗର ଗ୍ରାମ ନେତାଜୀ ମଡେଲ ଏମ.ଇ ସ୍କୁଲ ପରିସରରେ ଆଜାଦ ହିନ୍ଦ ଯୁବକେନ୍ଦ୍ର ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନିୟ ବେସରକାରୀ ଶିକ୍ଷାନୁଷ୍ଠାନ କ୍ୟାରିୟର କ୍ୟାରି ସହ ଗୁଲନଗର ଏମ.ଇ ସ୍କୁଲର ଛାତ୍ରଛାତୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ବକ୍ତୁତା ପ୍ରତିଯୋଗିତା ଏବଂ ଦେଶାତ୍ମକବୋଧ ସଂଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଚିତ୍ରାନନ୍ଦ ନାୟକ , ସଂଜୟ ଜେନା , ପ୍ରଦୀପ ଦାସ, ଗୋପାଳ କୃଷ୍ଣ ଜେନା ଓ ରବିନ୍ଦ୍ର ନାଥ ରଥଙ୍କ ସମେତ ଆଜାଦ ହିନ୍ଦ ଯୁବ କେନ୍ଦ୍ର ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶକ ଅବନୀ କୁମାର ଦାସ ଓ ସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖଥିଲେ । ଆଜାଦ ହିନ୍ଦ ଯୁବକେନ୍ଦ୍ର ଟ୍ରଷ୍ଟର ସଭାପତି ନକୁଳ ଚରଣ ଦାସ ଅସୁସ୍ଥ ଥିବା କାରଣରୁ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ସେଥିଲାଗି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅବିଭାବକ ଏବଂ ଶିକ୍ଷକ ମଣ୍ଡଳି ମାନେ ସଭାପତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ