୧୨୩ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ : ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ତତ୍ବାବଧାନରେ ଅବକାରୀ ଧରପଗଡ ଜାରି ରହିଛି ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ, ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି, ଯାଞ୍ଚ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି | ପାରଳାଖେମୁଣ୍ଡି ଅବକାରୀ ସଦର ଥାନର କର୍ମଚାରୀମାନେ ରାୟଗଡ ପୋଲିସ ଥାନା ଅନ୍ତର୍ଗତ ରାୟଗଡ ବ୍ଲକର ବିଭିନ୍ନ ସ୍ଥାନରେ ମିଳିତ ଚଢଉ କରାଯାଇ ୧୮୦୦ ଲିଟର ମହୂଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବାବେଳେ ୮୦ଲିଟର ଚୋରା ଦେଶୀ ରନ୍ଧା ମଦକୁ ଜବତ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି | ସେହିପରି ରାୟଗଡ ଗ୍ରାମରେ ଚଢାଉ କରାଯାଇ ୨୫ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ଏହି ଗ୍ରାମର ଅନ୍ୟ ଏକ ମାମଲାରେ ୧୭ ଲିଟର ଏଥି ସହ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀକୁ ଜବତ କରାଯାଇଥିବା ବେଳେ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିବାର ମଧ୍ୟ ଜଣାପଡିଛି | ଏହି ଚଢଉରେ ପାରଳାଖେମୁଣ୍ଡି ସଦର ଅବକାରୀ ଥାନା ଏବଂ ଅବକାରୀ ଭ୍ରାମ୍ୟମାଣ ଟିମର ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ |


