୧୨ କରୋନା ଯୋଦ୍ଧା ଆକ୍ରାନ୍ତ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ଚିହ୍ନଟ ୬୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ କରୋନା ଯୋଦ୍ଧା ଥିବା ଜଣାଯାଇଛି । ମୋଟ ୬୨ ଜଣଙ୍କ ମଧ୍ୟରୁ ୩୪ ଜଣ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଆଉ ୧୩ ଜଣ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ସୁଦ୍ଧା ଆଉ ୮୦୦ କରୋନା ଶଯ୍ୟା ବୃଦ୍ଧି କରାଯିବ । ସ୍ଥିତି ଦେଖି ରାଉରକେଲାରେ ସଟଡାଉନ କି ଲକଡାଉନ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।