୧୨ ଦଫା ଦାବିରେ ରଘୁନାଥପୁର ବ୍ଲକ ଘେରିଲା କଂଗ୍ରେସ

ଜଗତସିଂହପୁର, (ଅଭିଷେକ ତ୍ରିପାଠୀ):ଆଜି ରଘୁନାଥପୁର ବ୍ଲକ କଂଗ୍ରେସ କମିଟି ତରଫରୁ ରଘୁନାଥପୁର ବ୍ଲକ ରେ ହେଉଥିବା ଦୁର୍ନୀତି, ଅନିୟମିତତା,ରାଜନୈତିକ ଭେଦଭାବ ଓ ସାଧାରଣ ଜନତାଙ୍କ ମୌଳିକ ସମସ୍ଯା ଓ ବ୍ଲକ ପ୍ରଶାସନର ମେରା ରାୟ ନୀତିକୁ ନେଇ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ରଘୁନାଥପୁର ଅଟୋ ଷ୍ଟାଣ୍ଡ ପାଖରୁ ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ଓ ୧୨ ଦଫା ଦାବିରେ ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲା ଏବଂ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ଏହି ବୌଠକ ଟିକୁ ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ ସଭାପତିତ୍ବ କରିଥିଲେ। ମୁଖ୍ଯ ଅତିଥି ଭାବେ ରାଜ୍ଯ ମହିଳା କଂଗ୍ରେସ ସଭାପତି ଶ୍ରୀମତି ବନ୍ଦିତା ପରିଡା, ପିସିସି ମିଡିଆ ସେଲର ଆବାହକ ଶ୍ରୀଯୁକ୍ତ ସତ୍ଯପ୍ରକାଶ ନାୟକ,ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶ୍ରୀଯୁକ୍ତ ମନୋଜ ବିଶ୍ବାଳ,ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନଟବର ବାରିକ,ପ୍ରଦେଶ ମହିଳା କଂଗ୍ରେସ ଉପସଭାପତି ପ୍ରତିମା ମଲ୍ଲିକ ,ପିସିସି ସମ୍ପାଦକ ବିପ୍ଳବ ଚୌଧୁରୀ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ଯୁବ ସଂଗଠକ ଶ୍ରୀଯୁକ୍ତ ଦେବ ପ୍ରସାଦ ନାୟକ(ଫେଲୁ), ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାଶ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଶ୍ରୀଯୁକ୍ତ ସର୍ବେଶ୍ୱର ପଣ୍ଡା , ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା , ଜଲ୍ଲାର କଂଗ୍ରେସ ସମ୍ପାଦକ ରଞ୍ଜିତ ଜେନା, ବ୍ଲକ କଂଗ୍ରେସ ଉପ – ସଭାପତି ମାନସ ଗୋଛାୟତ, ଉପ – ସଭାପତି ବ୍ରହ୍ମାନନ୍ଦ ପଣ୍ଡା, ବିଜନ ସ୍ବାଇଁ, ରୈନକ ଅଲ୍ଲୀ ଖାଁ, ପ୍ରଦିପ୍ତ ସ୍ବାଇଁ, ପ୍ରଦୀପ୍ତ ନାୟକ, ବସନ୍ତ ସ୍ବାଇଁ, ବସନ୍ତ ଦାସ, ହେମନ୍ତ ବେହେରା, ତ୍ରିଲୋଚନ ରାଉତ , ପରକ୍ଷିତ ନାୟକ , ରେଢୁଆ ପଞ୍ଚାୟତ ନାୟବ ସରପଂଚ ରାଜେଶ ଭୋଳ , ପ୍ରଭାକର ଜେନା, ପରେଶ ମହାପାତ୍ର, ସାଇ ପ୍ରଭଞ୍ଜନ ମହାପାତ୍ର ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ୧୨ଦଫା ଦାବିପତ୍ର ବିଡ଼ିଓ ଜିତେନ୍ଦ୍ର ନାୟକଙ୍କୁ ଦେଇଥିଲେ । କଂଗ୍ରେସ କରିଥିବା ଦାବିକୁ ଯଦି ଅଣଦେଖା କରାଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ